ପିପିଲି/୧୯/୩/୨୦୨୬/( ଆଧାର ମିଡ଼ିଆ )- ପୁରୀଜିଲ୍ଲା ପିପିଲି ଜଳସେଚନ ଉପଖଣ୍ଡ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସାତଶଙ୍ଖ ପାର୍ଶ୍ଵ ଶୁକଳ ଡିଷ୍ଠିବ୍ୟୁଟାରୀ ସମ୍ପ୍ରସାରଣ କାର୍ଯ୍ୟ ହେଉଛି ମହା ଦୁର୍ଣ୍ଣିତ୍ତି .ଏହି କାର୍ଯ୍ୟକୁ ଜଣେ ଠିକାଦାର ନେଇଥିବା ବେଳେ ଉଚ୍ଚସ୍ଥ ଯନ୍ତ୍ରୀଙ୍କ ମୁଖରେ କଳାପଟି ପକାଇ କରୁଛି ନିମ୍ନ ମାନର କାର୍ଯ୍ୟ. କାର୍ଯ୍ୟରେ ବ୍ୟବହୃତ ମୋରମ ମଧ୍ୟରେ ପୋତାମାଟି ପକାଇ କରୁଛି କାର୍ଯ୍ୟ.ଖାଲି ସେତିକି ନୁହେଁ ସମ୍ପ୍ରସାରଣ କାର୍ଯ୍ୟ କେନାଲ ବନ୍ଧ ଉପରେ ମାଟିପକାଇ କାର୍ଯ୍ୟ କରିବା ପାଇଁ କାର୍ଯ୍ୟର ଚୁକ୍ତି ପତ୍ରରେ ଥିବାବେଳେ ଠିକାଦାର ପୁରୁଣା ଉଭୟ ବନ୍ଧକୁ ବୁଲଡ୍ରୋଜର ଲଗାଇ ବନ୍ଧର ଅଧାରୁ ଅଧେ ମାଟିଖୋଳି ସେହି ମାଟିରେ ସ୍ଲୋପିଙ୍ଗ କରି ଚାଲିଛି.ଯାହା ଫଳରେ ଆଗାମୀ ଦିନରେ କେନାଲ ପାଣି ଆସିଲେ ବନ୍ଧ ବିରାଟ କାୟ ଘାଇ ସୃଷ୍ଟିହେଲେ ବ୍ୟୟ ବରାଦ ହୋଇ ନିର୍ମାଣ ଚାଲୁଥିବା କୋଟି କୋଟି ଟଙ୍କା ଘାଇ ମୁଁହରେ ଯିବବୋଲି ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି.
ପୁରୀ ଜିଲ୍ଲା ଜଳସେଚନ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପିପିଲି ଉପଖଣ୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସାତଶଂଖ ସେକ୍ସନ ଅଫିସର ସହକାରୀ ଯନ୍ତ୍ରୀଙ୍କ ଅଣନଜର ମଧ୍ୟରେ ନିମ୍ନମାନର କାର୍ଯ୍ୟକରି ଚାଲିଛି.ଉକ୍ତ ସମ୍ପ୍ରସାରଣ କାର୍ଯ୍ୟ ଆର ଡି ୧୦ .୦୦ କିମି ଠାରୁ ୧୫ .୮୦୦ କିମି ପର୍ଯ୍ୟନ୍ତ ପ୍ରାୟ ୯କୋଟି ୨0ଲକ୍ଷ ବ୍ୟୟ ବରାଦ ହୋଇଥିବା ବିଭାଗ ତରଫରୁ ଜାଣିବାକୁ ମିଳିଛି. ସେହିଭଳି କେନାଲ ଗର୍ଭ ଓ ପାର୍ଶ୍ଵରେ ମୋରମ ବାଲି ମିକକ୍ସ କରାଯାଇ ପାଣିପଡି ଭାଇବେଟର ରୋଲିଙ୍ଗ ହେବାପାଇଁ ନିୟମ ରହିଛି. ଠିକାଦାର ଏଭଳି କୌଣସି କାର୍ଯ୍ୟ ନକରି ବିଭାଗୀୟ ଅଧିକାରୀଙ୍କ ଅଜାଣତରେ କାର୍ଯ୍ୟ ମନମୁଖୀରେ କରିବା ଯୋଗୁଁ ଅଂଚଳର ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଇଛି.
ଖବର ପାଇ ପୁରୀ ଜଳସେଚନ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଅମୀୟ କୁମାର ସେଠ. ପିପିଲି ଉପଖଣ୍ଡ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଚିତ୍ରାନନ୍ଦ ମାଝୀ ଏବଂ ସାତଶଙ୍ଖ ସେକ୍ସନ ସହକାରୀ ଯନ୍ତ୍ରୀ ତନ୍ମୟ କୁମାର ବେହେରା କାର୍ଯ୍ୟ ତନଖି କରିବା ପାଇଁ ଏକମାସ ଗତେ ସନ୍ଧ୍ୟାରେ ପହଂଚି ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ନିମ୍ନ ମାନର କାର୍ଯ୍ୟ ଦେଖି ଅସନ୍ତୋଷ ପ୍ରକାଶ କରି ଫେରିଥିବା ଜାଣିବାକୁ ଅଂଚଳରୁ ସୂଚନା ମିଳିଥିଲା. ତେଣୁ ଏଦିଗରେ ଓଡିଶା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନଜର ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି.ଏନେଇ ଅଂଚଳରୁ ସଂଗୀନ ଅଭିଯୋଗ ଆସିବା ପରେ ଆମ୍ଭ ପ୍ରତିନିଧି ଅଧିକ୍ଷଣ ଯନ୍ତ୍ରୀଙ୍କ ମତାମତ ଲୋଡି ଥିବାବେଳେ ରିପୋର୍ଟ ଲେଖାଯିବା ବେଳକୁ ପ୍ରତିକ୍ରିୟା ମିଳି ନଥିଲା. ତେଣୁ ଏଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନଜର ଦେବାକୁ ଦାବୀହେଉଛି.
Recent Comments