logo
add image
ବୋଲଗଡ ଦ୍ଵାଦଶତମ ଅମୃତଉତ୍ସବ ୨୦୨୬ ଉଦଘାଟିତ ।

ବୋଲଗଡ ଦ୍ଵାଦଶତମ ଅମୃତଉତ୍ସବ ୨୦୨୬ ଉଦଘାଟିତ ।

ବୋଲଗଡ/ଖୋର୍ଦ୍ଧା/୧୯/୦୩/୨୦୨୬/(ଆଧାର ମିଡ଼ିଆ)-ଖୋର୍ଦ୍ଧାଜିଲ୍ଲା ବୋଲଗଡ ବ୍ଲକ୍ ସ୍ଥାନୀୟ ପନ୍ଦରଦୋଳ ପଡ଼ିଆରେ ୧୨ବର୍ଷ ଧରି ଆରମ୍ଭ ହେଉଥିବା ଅମୃତ ଉତ୍ସବ ୨୦୨୬ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ପୃଥିବୀ ବାଲ୍ଧବ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୁନାଲି ସାହୁ ବୋଲଗଡ ଅଗ୍ନିଶ୍ରମ ବିଭାଗ ଅଧିକାରୀ ବିବେକାନନ୍ଦ ଦାସ,ଆଇନଜୀବି ଚିତ୍ତରଞ୍ଜନ ପରିଡ଼ା,ଆଇନିଯିବି ସୁଶ୍ରୀ ଗୌରୀ ଦେବୀ  ସମାଜସେବୀ ରମେଶ ଚନ୍ଦ୍ର ପଟ୍ଟନାୟକ,ରାଧେଶ୍ୟାମ ରାୟଗୁରୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ସଙ୍ଗୀତଜ୍ଞ ସୁମନ୍ତ କୁମାର ଦାସ,ବରିଷ୍ଠ ନାଟ୍ୟକାର ହାଡିବନ୍ଧୁ ଦତ୍ତ,ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ଦାଶ , ପ୍ରସନ୍ନ କୁମାର ସ୍ବାଇଁ,ଦିଲ୍ଲୀପ କୁମାର ଚୌଧୁରୀ,ମନୋରଞ୍ଜନ ମିଶ୍ର,ରାଜେନ୍ଦ୍ର କୁମାର ରାମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ମନୋରମ ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରାୟୋଜିତ ଲୋଇସିଙ୍ଗାର ସଙ୍ଗୀତ ସାଧନା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ,କଟକ ସୁରମନ୍ଦିର ପକ୍ଷରୁ ଓଡ଼ିଶୀ ନୃତ୍ୟ,ପାର୍ଥାନା ଚ୍ୟାନେଲ ବିଜେତା ସାଇ ସୌମ୍ୟକାନ୍ତ ନୃତ୍ୟ,ଭୁବନେଶ୍ୱର ମଦନ ମୋହନ ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଶ୍ରୀକାନ୍ତ ନାୟକ ସଂଯୋଜନା କରିଥିବା ବେଳେ ଅବିନାଶ ସୁବୁଦ୍ଧି ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଅମୃତଉତ୍ସବ କମିଟିର ସମ୍ପାଦକ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Recent Comments

Leave Comments

Top