logo
add image
 ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ।  

 ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ।  

ସୁବର୍ଣ୍ଣପୁର/୨୦/୦୩/୨୦୨୬/(ଆଧାର ମିଡ଼ିଆ)-ଆଜି ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାସ୍ଥିତ ଜିଲ୍ଲା କୋସାଗାର ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ଗୃହ ମାନ୍ୟବର ଜିଲ୍ଲା ଓ ସେଶନ୍ସ ଜଜ,ସୋନପୁର ଓ ମାନ୍ୟବର ଜିଲ୍ଲାପାଳ ଡ଼ ନୃପରାଜ୍ ସାହୁଙ୍କ ଦ୍ଵାରା ଶୁଭ ଉଦ୍ଘାଟିତ ହୋଇଥିଲା। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଓ ସେଶନ୍ସ ଜଜ,ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ଓ ମାନ୍ୟବର ଜିଲ୍ଲାପାଳ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। 
ଏତଦବ୍ୟତୀତ ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ,ଉପ ନିର୍ଦ୍ଦେଶକ ଅଭିଯୋଜନ୍ ଶ୍ରୀ ବେଣୁଧର ପ୍ରଧାନ,ପବ୍ଲିକ ପ୍ରୋସିକୁଟର ଶ୍ରୀମତି ମଧୁମିତା ଅମାତ୍ୟ, ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ, ଶ୍ରୀ ଅଜିତ ବିଶି ଓ ଅବକାରୀ ଅଧିକାରୀ ଶ୍ରୀ ପ୍ରବୀର ସାମଲ ସମ୍ମାନିତ ଅତିଥିଭାବେ ମଞ୍ଚସ୍ଥ ଥିଲେ। ଅତିଥିମାନେ ନୂତନ ଭାବେ ଉଦ୍ଘାଟିତ ଜିଲ୍ଲା ଅଭିଯୋଜନ୍ ନିର୍ଦ୍ଦେଶାଳୟ,କାର୍ଯ୍ୟାଳୟ ଗୃହର ଆବଶ୍ୟକତା ଓ ଉଭୟ ଆଇନଜୀବୀ ଓ ଅଭିଯୋଜନ ବା ପ୍ରସିକ୍ୟୁସନ୍ କାର୍ଯ୍ୟରେ ନିୟୋଜିତ ଅଧିକାରୀ,ମୁଦଲା, ଜନସାଧାରଣଙ୍କ କାର୍ଯ୍ୟରେ ବ୍ୟବହୃତ ହେବା ସଂଗେସଂଗେ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ସୁଦୃଢ ଓ ତ୍ୱରାନ୍ୱିତ କରିବା ଉପରେ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଅନେକ ଆଇନଜୀବୀ,ଜନସାଧାରଣ,ବୁଦ୍ଧିଜୀବୀ ଓ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Recent Comments

Leave Comments

Top