ତରଭା/ସୁବର୍ଣପୁର/୨୨/୦୫/୨୨/ (ଆଧାର ଓଡିଶା) ଗତକାଲି ତରଭା ବ୍ଲକ ତୁଲୁଣ୍ଡା ହାଇସ୍କୁଲର ବରିଷ୍ଠ ଶିକ୍ଷକ ତଥା ରମ୍ଭlସିଂଢୋଲ ଗ୍ରାମର ଦେବେନ୍ଦ୍ର ମିଶ୍ରଙ୍କ ଧର୍ମପତ୍ନୀ ଭାରତୀ ମିଶ୍ରଙ୍କ ୫୨ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିବାରୁ ତରଭା ସୋନପୁର ଓ ବଲାଙ୍ଗୀର ଅଂଚଳରେ ଶୋକର ଛାୟା ଖେଳିଯାଇଛି l ଶ୍ରୀମତୀ ମିଶ୍ର ମଧୁମେହ ରୋଗରେ ପୀଡିତହୋଇ କିଛି ଦିନରୁ ଚିକିତ୍ସିତ ହୋଇ ଆସୁଥିବା ବେଳେ ଗତକାଲି ସନ୍ଧ୍ୟା ୭ଘଣ୍ଟା ବେଳେ ହଠାତ ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ଶ୍ରୀମତୀ ମିଶ୍ର ଜଣେ ସରଳ,ଧର୍ମ ପରାୟଣ,ମିଷ୍ଠ ଭାଷୀ,ଓ ଅମାୟିକ ବ୍ୟକ୍ତିତ୍ୱ ଥିବାବେଳେ ଶ୍ରୀମତୀ ମିଶ୍ର ରମ୍ଭସିଂଢୋଲ ଗ୍ରାମ ତଥା ସୁବର୍ଣ୍ଣପୁର ଜ଼ିଲ୍ଲାର ପ୍ରାକ୍ତନ ଶିକ୍ଷକ ଓ କୃଷକ ନେତା କୃଷ୍ଣଚନ୍ଦ୍ର ମିଶ୍ରଙ୍କ ପୁତ୍ରବଧୂ ଏବଂ ସାଗରପାଲି ଗ୍ରାମ ତଥା ସୋନପୁର ବ୍ଲକ ଅଂଚଳର ବୁଣାକାର ମାନଙ୍କ ଆଦର୍ଶ ଓ ଖୁବ ପରିଚିତ ସ୍ୱର୍ଗୀୟ ଅନନ୍ତ ମିଶ୍ରଙ୍କ ଝିଅ ଅଟନ୍ତି l ଗତକାଲି ତରଭା ସୋନପୁର ବଲାଙ୍ଗୀର ଅଂଚଳର ସମ୍ପର୍କୀୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗୀୟl ମିଶ୍ରଙ୍କୁ ଅନ୍ତିମ ଦର୍ଶନ କରିଥିବା ବେଳେ ଗ୍ରାମର ଶୁକତେଲ ନଦୀ ସ୍ମଶାନ ଘାଟରେ ଶ୍ରୀମତୀ ମିଶ୍ରଙ୍କ ଅନ୍ତିମ ସଂସ୍କାର କରାଯାଇ ଥିଲା l ବିଟେକ ଛାତ୍ର ବଡ଼ପୁଅ ଅବିନାଶ ( ଗୁଡ୍ଡୁ ) ମାଙ୍କୁ ମୁଖାଗ୍ନି ଦେଇଥିଲେ l ଦେବେନ୍ଦ୍ର ମିଶ୍ରଙ୍କ ମଝିଆ ଭାଇ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର, ପୋଲିସ ଏସ ଆଇ ଜ୍ଞାନେନ୍ଦ୍ର ମିଶ୍ର, ସାନଭାଇ ସୁରେନ୍ଦ୍ର ମିଶ୍ର, ଅଶୋକ ମିଶ୍ର, ଧମେନ୍ଦ୍ର, ଜିତୁ, କାକା ବରିଷ୍ଠ ପୋଲିସ ଅଫିସର ଭକ୍ତବନ୍ଧୁ ମିଶ୍ର, ଶିକ୍ଷକ ନୀଳ ମଣି ଓ କୁଳ ମଣି ମିଶ୍ର, ଜ୍ୱାଇଁ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, କୁନା ମିଶ୍ର, ସମୁଧି ରତ୍ନା କର ଷଡ଼ଙ୍ଗୀ, ତୁଲୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ମୋହନ ବାରିକ, ଅଶୋକ ସାହୁ, ଶୁକୃ ମିଶ୍ର, ପ୍ରମୁଖ ଗ୍ରାମର ଶତାଧିକ ଯୁବକ ସ୍ମଶାନଘାଟରେ ଉପସ୍ଥିତ ଥିଲେ l
(ରିପୋର୍ଟ-ଯୁଧିଷ୍ଠିର ସାହୁ)
Recent Comments