logo
add image
ପ୍ରବଳ ଝଡ଼ତୋଫାନ,ଘଡଘଡି ସହିତ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ 

ପ୍ରବଳ ଝଡ଼ତୋଫାନ,ଘଡଘଡି ସହିତ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ 

ବାଲିଗୁଡା/୨୦/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରୁ ସନ୍ଧ୍ୟାପର୍ଯ୍ୟନ୍ତ ପ୍ରବଳ ଝଡ଼ ତୋଫାନ ଘଡଘଡି ସହିତ ବର୍ଷା ହେବାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଘନ ମେଘ ଆକାଶକୁ ଆଛାଦିତ କରିଦେବା ସହ ଘଡଘଡିର ଶବ୍ଦରେ କିଛି ସମୟ ପାଇଁ ପରିବେଶ ଭୟଭୀତ ହୋଇପଡ଼ିଥିଲା। ହଠାତ୍ ପାଗରେ ପରିବର୍ତ୍ତିତ ହୋଇଥିବା ଯୋଗୁଁ ପଥିକ ନାନା ଅସୁବିଧା ରେ ସମ୍ମୁଖୀନ ହୋଇଥିଲେ l ତେବେ ଏହି ବର୍ଷା ଫଳରେ ଦିନତମାମ ହେଉଥିବା ଖରା ଓ ଗରମ ପରିସ୍ଥିତିରୁ ଲୋକମାନେ କିଛି ଆଶ୍ୱସ୍ତ ଅନୁଭବ କରିଥିବା ବେଳେ ଚାଷୀମାନେ ମଧ୍ୟ ବେଶ ଖୁସି ଅନୁଭଵ କରିଥିବା ଦେଖିବାକୁ ମିଳିଥିଲା । ବର୍ଷା ତୁହାକୁ ତୁହା ଲାଗି ରହିଥିବାରୁ ରାସ୍ତାଘାଟ ଜନଶୂନ୍ୟ ଦେଖିବାକୁ ମିଳିଥିଲା। କେତେକ ଛୋଟ ତଥା ଉଠା ଦୋକାନୀ ମାନଙ୍କର ଜିନିଷ ପତ୍ର ଉଡାଇ ନେବାସହ ବର୍ଷାପାଣିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି l

Recent Comments

Leave Comments

Top