logo
add image
୭୦୦ କେଜି ଗଞ୍ଜେଇ ସହ ପିକ୍ଅପ୍ ଭ୍ୟାନ୍ ଜବତ

୭୦୦ କେଜି ଗଞ୍ଜେଇ ସହ ପିକ୍ଅପ୍ ଭ୍ୟାନ୍ ଜବତ

ବାଲିଗୁଡ଼ା/୨୦/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା । ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୋଲିସ୍ ।ବାରଖମା, ସୁଡ୍ରା ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ା ଅଞ୍ଚଳରୁ ଅନ୍ୟ ଜିଲ୍ଲାକୁ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଅଞ୍ଚଳରେ ଯାଞ୍ଚ୍ କଡ଼ାକଡ଼ି କରାଯାଇଥିଲା । ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍ ନଂ. ଓଡି -୩୧-୫୯୦୧ ପୋଲିସକୁ ଦେଖି ଦୃତଗତିରେ ଯାଉଥିବା ବେଳେ ପିଛା କରି ସୁଡ୍ରା ନିକଟରେ ଭ୍ୟାନ୍ କୁ କାବୁ କରିଥିଲା ପୋଲିସ୍ । ପୋଲିସକୁ ଦେଖି ଘଟଣାସ୍ଥଳରୁ ଚାଲାଣକାରୀ ଫେରାର୍ ହୋଇଯାଇଥିବା ବେଳେ ୭୦୦ କେଜି ବେଆଇନ୍ ଗଞ୍ଜେଇ ସହ ବୋଲେରୋ ପିକ୍ଅପ୍ ଭ୍ୟାନ୍ କୁ ଜବତ କରିଛି ପୋଲିସ୍ । ଏନେଇ ଏକ ମାମଲା ନଂ.୭୪/୨୬ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Recent Comments

Leave Comments

Top