logo
add image
ରାତି ଅଧରେ ସିସି ରୋଡ଼କାମ-ନିମ୍ନମାନ ଅଭିଯୋଗ (ତଦନ୍ତ ଦାବୀ)

ରାତି ଅଧରେ ସିସି ରୋଡ଼କାମ-ନିମ୍ନମାନ ଅଭିଯୋଗ (ତଦନ୍ତ ଦାବୀ)

କଣିହାଁ/୨୧/0୩/୨0୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ବ୍ଲକ ଜରଡ଼ା ପଂଚାୟତ ଅଧିନସ୍ଥ ଗୁଣ୍ଡୁରୀନାଲି ଗ୍ରାମରେ ବ୍ଲକ ପ୍ରଶାସନ ଅଧିକାରୀ ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ରାତି ଅଧରେ ସିସି ରୋଡ଼ନିର୍ମାଣ କାମ ଚାଲିଥିବା ଅଭିଯୋଗ ହେଉଛି। ଏହାସହ ଏହି କାମରେ ନିମ୍ନମାନର କାର୍ଯ୍ୟ ହେଉଥିବା ଓ ସରକାରଙ୍କ ନିର୍ଦ୍ଧାରିତ ସିସିରୋଡ଼ ପ୍ରଣାଳୀକୁ ଅମାନ୍ୟକରି କାମ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଗ୍ରାମର ବୀଣାପାଣି ମଣ୍ଡପ ଠାରୁ ମଙ୍ଗଳା ଘର ପର୍ଯ୍ୟନ୍ତ ଏହି ରାସ୍ତାର କାମ ଚାଲିଥିବା ବେଳେ, ଏହା ପାଇଁ କୌଣସି ନାମଫଳକ କିମ୍ବା ସରକାରୀ ସୂଚନା ପ୍ରଦର୍ଶିତ ନହୋଇଥିବା ଦେଖିବାକୁ ମିଳିଛି।
ଏହି ସନ୍ଦର୍ଭରେ କନିଷ୍ଠଯନ୍ତ୍ରୀ ତପନ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେଥିରେ ସମ୍ଭବ ହୋଇନଥିଲା ସୂଚନା ଅନୁଯାୟୀ,କନିଷ୍ଠ ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ମନୋଭାବ ଓ ଅଧିକ ମୁନାଫା ଲକ୍ଷ୍ୟରେ ଏହି କାର୍ଯ୍ୟ ରାତିରେ କରାଯାଉଥିବା କୁହାଯାଉଛି।ଏହି ନିମ୍ନ ମାନରକାମ ଯୋଗୁଁ ଏହାର ପରିଣା ମରେ ଗ୍ରାମବାସୀ ଓ ଅଞ୍ଚଳରେ ଯାତାୟାତ କରୁଥିବା ପଥଚାରୀମାନେ ଆଗାମୀ ଦିନରେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେବାର ଆଶଙ୍କା ରହିଛି।ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ କଣିହାଁ ବିଡିଓ, ତାଳଚେର ଉପଜିଲ୍ଲାପାଳ ଓ ଅନୁଗୁଳ ଜିଲ୍ଲାପାଳ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଜନସାଧାରଣ ଓବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି l

Recent Comments

Leave Comments

Top