କଣିହାଁ/୨୧/୦୩/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ମଣ୍ଡଳ ପକ୍ଷରୁ ଦଲକ ପଂଚାୟତର ନାଲମ ଶିଶୁମନ୍ଦିର ପ୍ରାଙ୍ଗଣରେ ଶନିବାର ସାଢେ ୧୧ଟାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିରେ ଜିଲା ଉପସଭାପତି ନୁରସିଂହ ଚରଣ ବରାଳ ବିଜେପିର ଦଳୀୟ ପତାକା ଉତ୍ତୋଳନ କରିଥିଲେ l ପଶିକ୍ଷଣ କାର୍ଯ୍ୟକ୍ରମରେ ପାଳଲହଡା ବିଧାନସଭା କ୍ଷେତ୍ର ସଂଯୋଜକ ପ୍ରହଲ୍ଲାଦ ସାମଲ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ।ପ୍ରଶିକ୍ଷଣ ଶିବିରରେ ରେଙ୍ଗାଳି ମଣ୍ଡଳ ପକ୍ଷରୁ ୧୩୫ ଜଣ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ, ପ୍ରଶିକ୍ଷକ ଭାବେ ଦେବଗଡ଼ ପ୍ରଭାରୀ ଲିଙ୍ଗରାଜ ଦାସ,ଶୋଭାଙ୍ଗିନୀ ପ୍ରଧାନ, ତ୍ରିପୁରାରି ପ୍ରଧାନ,ନୃସିଂହ ବରାଳ,ଯୁବ ନେତା ଶ୍ୟାମ ସୁନ୍ଦର ସାହୁ,ଧର୍ମେନ୍ଦ୍ର ସାହୁ,ଏବଂ ଧର୍ମେନ୍ଦ୍ର ମହନ୍ତ ପ୍ରମୁଖ ଯୋଗଦେଇ ଦଳକୁ ବୁଥ୍ ସ୍ତରରେ ମଜବୁତ କରିବା ସହିତ ସରକାର ଙ୍କ ବିଭିନ୍ନ ଲୋକ କଲ୍ୟାଣ କାରି ଯୋଜନାକୁ ବୁଥ୍ ସ୍ତରରେ ପହଞ୍ଚାଇବା ଏବଂ ଆଗାମୀ ଦିନରେ ଦଳକୁ ସୁଦୃଢ କରିବା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।
ରେଙ୍ଗାଳି ମଣ୍ଡଳର ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟମାନେ ଏହି ଶିବିରରେ ଉପସ୍ଥିତ ରହିଥିଲେ। ମଣ୍ଡଳ ପ୍ରଭାରୀ ଦିଲେଶ୍ୱର ବେହେରା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ପ୍ରଶିକ୍ଷଣ ଶିବିରରେ ସାଧାରଣ ସମ୍ପାଦକ ଟିକନ ପ୍ରଧାନ, କବିରାମ ନାୟକ,ଉପସଭାପତି ନିଶାକର ପ୍ରଧାନ,ବିରଞ୍ଚି ସାମଲ ସହିତ ବରିଷ୍ଠ ବିଜେପିନେତା ବିନୟ ପ୍ରଧାନ, ଧ୍ରୁବ ଚରଣ ଧୀର,ସୁମନ୍ତ ମହାନ୍ତି, ଅଞ୍ଜଳି ପ୍ରଧାନ ସମେତ ଦଳର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l
Recent Comments