ବାଲିଗୁଡ଼ା/୨୨/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟକୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ଆୟୋଜନ ହେବ l ଏହି ପରିପ୍ରେକ୍ଷୀରେ ସମିତିର ମୁଖ୍ୟ ପରିଚାଳକ ରାଜକିଶୋର ଦାସଙ୍କ ଆବାହକତ୍ୱରେ ଏକ ମିଳିତ ପ୍ରାକ ପ୍ରସ୍ତୁତି ବୈଠକ ସ୍ଥାନୀୟ ମା 'ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଥିବା ପଞ୍ଚୁଦଣ୍ଡ ପରିଚାଳନା ସମିତିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l
ଏ ନେଇ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆଗେଇ ଚାଲିଛି l ସମିତିର ସମସ୍ତ କର୍ମକର୍ତ୍ତାଙ୍କୁ ବିଭିନ୍ନ ବିଭାଗ ର ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି l ଗୋଟିଏ ଗୋଟିଏ ବିଭାଗରେ ୫ ଜଣ ଲେଖାଏଁ ସଦସ୍ୟଙ୍କୁ ବଛାଯାଇ ନିଜ ନିଜର ଦାୟିତ୍ୱ କିପରି ସୁଚାରୁ ରୂପେ ସମ୍ପାଦନ କରିବେ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆଗେଇ ଚାଲିଛି l ଚଳିତ ବର୍ଷ ତେର ଶମ୍ଭୁ ଯାତ୍ରାରେ ବାଲିଗୁଡ଼ା, ଦଣ୍ଡପଦର, ବାଟାଗୁଡ଼ା, ବାରଖମା, କତେରୀଭଟ୍ଟା, ସିଟୁପଡ଼ି, ଡାକା, ରୁତୁଙ୍ଗିଆ, ବାଲିଗାଡ଼ା, ବେନାରବାହାଲ , ମଳିକ ଗାଁ (ଲାଇନ୍ପଡ଼ା), ଘୋଡ଼ାପଥର (ଖଜୁରୀପଡ଼ା), ଗ୍ରୀନ୍ବାଡ଼ି (ଦାରିଙ୍ଗବାଡ଼ି) ଅଞ୍ଚଳର ଦଣ୍ଡଥଳ ଯୋଗ ଦେବାପାଇଁ ସମସ୍ତ ଦଣ୍ଡ ଯାତ୍ରା ର ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତରହି ସମ୍ମତି ପ୍ରକାଶ କରିଛନ୍ତି l ଏଥିରେ ସମିତିର ସମସ୍ତ ସଦସ୍ୟ ତଥା ବିଭିନ୍ନ ବିଭାଗରେ ମୁଖ୍ୟଭାବେ ଥିବା ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
Recent Comments