logo
add image
ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଇଁ ପ୍ରସ୍ତତି ବୈଠକ

ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଇଁ ପ୍ରସ୍ତତି ବୈଠକ

ବୌଦ୍ଧ/୨୩/୦୩/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ହରଧଳପୁର ପଞ୍ଚାୟତ କାର୍ଯ୍ୟା ଳୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲାସ୍ତରୀୟ ଓଡିଶା ଦିବସ ଏବଂ ଏପ୍ରିଲ ୧ ତାରିଖ ଠାରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଓଡିଆ ପକ୍ଷ ମହାସମାରୋହରେ ପାଳନ କରିବାପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇ ଛି l ଏହି ବୈଠକରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ତଥା ଡେପୁଟି କଲେକ୍ଟର ଅଙ୍କିତା ସାହୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ l ଜ଼ିଲ୍ଲାସ୍ତରୀୟ ଓଡିଶା ଦିବସ ଏବଂ ଓଡିଆ ପକ୍ଷର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କଅଧିକାରୀ ରିତାକାନ୍ତି ବଳିୟାର ସିଂହ ସବିଶେଷ ଆଲୋଚନା କରି ବୈଠକକୁ ପରିଚାଳନା କରିଥିଲେ l
ବୈଠକ ପ୍ରକାରେ ଜ଼ିଲ୍ଲା ସ୍ତରୀୟ ଓଡିଶା ଦିବସ ଟାଉନହଲ ଠାରେ ଏବଂ ଓଡିଆ ପକ୍ଷର ବିଭିନ୍ନ କାର୍ଯ୍ୟକ୍ରମ ଜ଼ିଲ୍ଲା ସଂଗ୍ର ହlଳୟ ପରିସରରେ ଅନୁଷ୍ଠିତ ହେବ l ଏପ୍ରିଲ ୧ ର ସମସ୍ତ କାର୍ଯ୍ୟକ୍ରମ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷ ରୁ ଅନୁଷ୍ଠିତ ହେଵlକୁ ଥିବାବେଳେ ୨ ଏପ୍ରିଲରେ ବିଦ୍ୟାଳୟ ଓ ଗଣଶିକ୍ଷl ବିଭାଗ ପକ୍ଷରୁ ଖଡ଼ିଛୁଆଁ ଦିବସ,୩ ଏପ୍ରିଲରେ ହସ୍ତତନ୍ତ,ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପlରମ୍ପlରିକ ପୋଷାକ ପରିଧାନ ଦିବସ, ୪ ଏପ୍ରିଲରେ ଶ୍ରମ ବିଭାଗ ପକ୍ଷରୁ ଓଡିଆରେ ନାମ ଫଳକ ଅଭିଯାନ, ୫ଏପ୍ରିଲରେ କ୍ରୀଡା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ ଦିବସ,୬ ଏପ୍ରିଲ ରେ ବ୍ଲକ, ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ୱଛତା ଅଭିଯାନ,୭ଏପ୍ରିଲ ରେ ସଂସ୍କୃତି ବିଭାଗ ଓଡିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବର୍ଣ୍ଣବୋଧ ଉତ୍ସବ, ୮ଏପ୍ରିଲରେ ରେଡ଼କ୍ରସ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତଦାନ ଦିବସ, ୯ ଏପ୍ରିଲରେ ସଂସ୍କୃତି ବିଭାଗ ଏବଂ ଉଚ୍ଚ ଶିକ୍ଷl ବିଭାଗ ପକ୍ଷରୁ ଆସ ବହିଟିଏ କିଣିବା, ୧୦ ଏପ୍ରିଲରେ ଲୋକକଳା ପାଇଁ ଦିନଟିଏ, ୧୧ ଏପ୍ରିଲରେ ଯୁବ ଲେଖକ ସମ୍ମିଳନୀ,୧୨ ଏପ୍ରିଲରେ ସଂସ୍କୃତି ବିଭାଗ,ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜ଼ିଲ୍ଲା ସଂଗ୍ରହାଳୟ ଠାରେ ଅନୁଷ୍ଠିତ ହେବ l ୧୩ ଏପ୍ରିଲରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାରମ୍ପlରିକ ଖାଦ୍ୟ ଦିବସ, ଆମ ରୁଚି ଆମ ଖାଦ୍ୟ ଦିବସ ଏବଂ ୧୪ ଏପ୍ରିଲରେ ଓଡିଆ ନବବର୍ଷ ପାଳନ ପଂଚାୟତିରାଜ,ପାନୀୟ ଜଳ ଗୃହ ଓ ନଗର ଉନ୍ନୟନ ବିଭାଗ, ଉଚ୍ଚ ଶିକ୍ଷl ବିଭାଗ,ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ ଜ଼ିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ମହାସମାରୋହରେ ଜ଼ିଲ୍ଲା ସଂଗ୍ରହାଳୟ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟ କ୍ରମ ରହିଛି l ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସମସ୍ତଙ୍କ ସହଯୋଗ କାମନା କରି ଅଧିକାରୀ ମାନଙ୍କୁ ଦାୟିତ୍ୱ ଦେଇଥିଲେ l ଏହି ବୈଠକରେ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ,ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ବୌଦ୍ଧ ଜ଼ିଲ୍ଲା ସ୍ତରୀୟ ଭଳି ସମସ୍ତ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରିବା ପାଇଁ ଜ଼ିଲ୍ଲାପାଳ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ l

Recent Comments

Leave Comments

Top