logo
add image
ବିଶ୍ୱ ଜଳଦିବସରେ ପଶୁପକ୍ଷୀଙ୍କ ପାଇଁ ପାଣିବ୍ୟବସ୍ଥା

ବିଶ୍ୱ ଜଳଦିବସରେ ପଶୁପକ୍ଷୀଙ୍କ ପାଇଁ ପାଣିବ୍ୟବସ୍ଥା

ସୁବର୍ଣ୍ଣପୁର/୨୩/୦୩/୨୦୨୬/(ଆଧାର ମିଡ଼ିଆ)-ସୋନପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ଅର୍ଜୁନପୁର ରିଜର୍ଭ ଫରେଷ୍ଟ୍ ର କୁଲିପାଲି ଜଙ୍ଗଲ୍ ପରିଧି ଅଞ୍ଚଳରେ ଗଛ ଓ ଶାଖା ମାନଙ୍କରେ ଓ ଗଛତଳେ ପଶୁପକ୍ଷୀଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କରିଛନ୍ତି ପ୍ରକୃତି ପ୍ରେମୀ ଶିକ୍ଷକ ବିକ୍ରମ କୁମାର ନନ୍ଦ । ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଶ୍ୱ ଜଳଦିବସ ଅବସରରେ ପଶୁ ପକ୍ଷୀଙ୍କ ପାଇଁ ଏହିପରି ବ୍ୟବସ୍ଥା କରାଯାଇଛି। ପାଖାପାଖି ୧୦୦ଟି ଗଛ ଶାଖାରେ ଓ କିଛି ଗଛ ତଳେ ପାଣିପୂର୍ଣ୍ଣ ମାଠିଆ ରଖାଯାଇଛି।କୁଲିପଲି ଗ୍ରାମର ସ୍ଵେଚ୍ଛାସେବୀ ବିକାଶ ରଥ,ବ୍ୟାସଦେବ ନନ୍ଦ,ମଧୁସୂଦନ ରଥ,ପ୍ରଶାନ୍ତ ପଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Recent Comments

Leave Comments

Top