logo
add image
ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍

ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍

ସୋନପୁର/୨୩/୦୩/୨୦୨୬/(ଆଧାର ମିଡ଼ିଆ)-ଆଜି ଶ୍ରୀ ରାମେଶ୍ୱର ଷ୍ଟାଡିୟମ୍ ଠାରେ ସୋନପୁର ପ୍ରେସ କ୍ରିକେଟ୍ ଟିମ ଓ ମେଡିକାଲ୍ ଟିମ୍ ମଧ୍ୟରେ ଏକ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଟିତ ହୋଇଥିଲା l ୧୦ ଓଭର ବିଶିଷ୍ଟ ଏହି ଟେନିସ ବଲ କ୍ରିକେଟକୁ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ କେ.କେ,ହରିପ୍ରସାଦ ଶୁଭ ଉଦ୍ଘାଟନ କରିଥିଲେ l ଓ ଉଭୟ ଦଳର ଖେଳାଳିଙ୍କ ସହ ପରିଚୟ ପ୍ରଦାନକରି ଉତ୍ସାହିତ କରିଥିଲେ l  ମେଡିକାଲ ଟିମ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୧୭୬ ରନ୍ କରି ମିଡିଆ ଦଳକୁ ୧୭୭ ରନର ଟାର୍ଗେଟ ଦେଇଥିଲେ l ମେଡିକାଲ୍ ଟିମ୍ ପକ୍ଷରୁ କ୍ଷୀରୋଦ ବିଶ୍ଵାଳ ୫୬ ରନ୍ କରି ନଟଆଉଟ୍ ରହିଥିବା ବେଳେ ରସିକ ୫୧ ରନ୍ କରି ନଟ ଆଉଟ୍ ରହିଥିଲେ l
ମିଡିଆ ଟିମ୍ ପକ୍ଷରୁ ପେସ୍ ବୋଲର ରତନ ପଟ୍ଟନାୟକ ୨ ଓଭରରେ ମାତ୍ର ୫୬ ରନ୍ ଓ ସନ୍ତୋଷ ମିଶ୍ର ୧ ଓଭରରେ ମାତ୍ର ୩୬ ରନ୍ ଦେଇଥିଲେ l ମିଡିଆ ଦଳପକ୍ଷରୁ ମାନଭଞ୍ଜନ ପୂଜାରୀ ସର୍ବାଧିକ ୨୧ ରନ୍,ଶେଷଦେବ ୨୦ ରନ୍ ଓ ନିରଞ୍ଜନ ଭୋଇ ୧୮ ରନ କରିଥିଲେ l ଓ ଶେଷ ଓଭର ଶେଷବଲ ଯାଏ ଖୁବ୍ ସଙ୍ଘର୍ଷ ସହ ଖେଳି ୪ ୱିକେଟରେ ମିଡିଆ ଦଳ ୯୮ରନ କରିଥିଲେ l ମ୍ୟାଚ୍ ପରାଜୟ ସତ୍ତ୍ୱେ ଦୀର୍ଘ ବର୍ଷରୁ ଖେଳର ଅଭ୍ୟାସ ନଥାଇ ବିପକ୍ଷ ଦଳର ବିଶାଳ ସ୍କୋର ର ପିଛାକରି ୯୮ରନ କରି ଖୁବମଜା ନେଇଥିଲେ ମିଡିଆ ଦଳ l
ମିଡିଆ ଦଳର ଟିମ୍ ମ୍ୟାନେଜର ଭାବେ ଭାସ୍କର ବାବୁ ଶ୍ରଦ୍ଧାକର ଦାଶ ଦାୟିତ୍ବ ତୁଲାଇ ଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ଅଧିନାୟକ ଓ ସତ୍ୟବ୍ରତ ପଧାନ ଉପ ଅଧିନାୟକ ଦାୟିତ୍ବ ତୁଲାଇ ଥିଲେ l  ରତନ ପଟ୍ଟନାୟକ,ରାଜ କିଶୋର ତ୍ରିପାଠୀ,ସନ୍ତୋଷ ମିଶ୍ର,ସହଦେବ ମେହେର, ସରୋଜ ପଧାନ, ଧନଞ୍ଜୟ ଆଡ ଯୁଆଡି,ନିରଞ୍ଜନ ଭୋଇ,ମାନ ଭଞ୍ଜନ ପୁଝାରୀ ,ଓ ଶେଷଦେବ ପ୍ରମୂଖ ଅଲ୍ ରାଉଣ୍ଡର ଖେଳାଳି ଏଥିରେ ଭାଗ ନେଇଥିଲେ l ମେଡିକାଲ ବ୍ୟାଙ୍କର୍ସ ଟିମ୍ ପକ୍ଷରୁ ଅନାଦି,ସଂତୋଷ, ସୁଶାନ୍ତ, ବିକାଶ, ଅଶୋକ କ୍ଷୀରୋଦ ବିଶ୍ଵାଳ,ରୋଷିକ,ସରୋଜ,ରୋହିତ୍, ହିତେଶ ପ୍ରମୁଖ ଖେଳାଳି ଭାଗ ନେଇଥିଲେ l ଅମ୍ପାୟାର ଭାବେ ନାରାୟଣ ରଥ,ରୋହିତ୍ କୁମାର ଦାୟିତ୍ବ ତୁଲାଇ ଥିଲେ l ଅସଂଖ୍ୟ ଦର୍ଶକ ଖେଳ କୁ ଉପଭୋଗ କରିଥିଲେ l

Recent Comments

Leave Comments

Top