logo
add image
ଏଏମସିଏସ ମହାବିଦ୍ୟାଳୟର ବାର୍ଷିକଉତ୍ସବ ଅନୁଷ୍ଠିତ 

ଏଏମସିଏସ ମହାବିଦ୍ୟାଳୟର ବାର୍ଷିକଉତ୍ସବ ଅନୁଷ୍ଠିତ 

ବାଲିଗୁଡା/୨୬/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏଏମସିଏସ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପରିଚାଳନା କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶ୍ରୀ ମତୀ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ କର୍ମଠ ହେବାସହ ନିଜନିଜର ଲକ୍ଷକୁ ହାସଲ କରିବାନିମନ୍ତେ ପରାମର୍ଶ ଦେଇଥିଲେ I ସେହିପରି ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ କେଶରୀ ଷଡ଼ଙ୍ଗୀ ଯୋଗଦେଇ ଆଜ୍ଞାଦିନ ହେବା ସହ ଲକ୍ଷରେ ବିଫଳ ହେଲେ ମଧ୍ୟ ସଫଳତା ଆଡକୁ ଅଗ୍ରସର ହେବା ନିମନ୍ତେ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ I
ସେହିପରି ସମ୍ମାନିତ ଅତିଥି ଭାବେ ସୁତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାଷା ପ୍ରତିଷ୍ଠାନ, ଓଡିଶା ସରକାର ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇ ଥିଲେ I ଏହି ଅବସରରେ ନୂତନ ଭାବେ ନିର୍ମିତ ଇ-ଲାଇବ୍ରେରୀ କୋଠା ମଧ୍ୟ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧକ୍ଷ  ଦୀନବନ୍ଧୁ ମହାନ୍ତି ଅତିଥି ମାନଙ୍କ ର ପରିଚୟ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ  ଅଧ୍ୟାପକ ରତନ ଦିଗାଳଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l  ଶେଷରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

Recent Comments

Leave Comments

Top