logo
add image
ପୁରୀରେ ପଞ୍ଚାୟତ ଅଧିକାରୀଙ୍କ କର୍ମଶାଳା 

ପୁରୀରେ ପଞ୍ଚାୟତ ଅଧିକାରୀଙ୍କ କର୍ମଶାଳା 

ପୁରୀ/୨୬/୦୩/୨୦୨୬/(ଆଧାର ମିଡ଼ିଆ)-ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନେଇ ଗ୍ରାମପଞ୍ଚାୟତଗୁଡିକରେ କିଶୋର ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଜିତ କୁମାର ମହାପାତ୍ର, ଅଧକ୍ଷ ଶିଶୁ କଲ୍ୟାଣ କମିଟି ମୁଖ୍ୟ ଭାବରେ ଯୋଗଦେଇ ତୃଣମୂଳସ୍ତରରେ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଶିଶୁ ସୁଲଭ ପରିବେଶ ଯୋଗାଇଦେବା ନିମନ୍ତେ ପରାମର୍ଶ ନେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ କିଶୋର ନ୍ୟାୟ ବୋର୍ଡ ସଦସ୍ୟ ମହାବୀର ରୁଦ୍ରନାରାୟଣ ସାହୁ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ତୃପ୍ତି ବଡ଼ଜେନା, ଜିଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା, ପ୍ରଦୀପ୍ତ କୁମାର ସେନାପତି ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ପ୍ରୋଟେକ୍ସନ ଅଫିସର ସୁହାଗି ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥି ମିଶନ ବାତ୍ସଲ୍ୟ, କିଶୋର ନ୍ୟାୟ ଆଇନ ୨୦୧୫, ସମ୍ବନ୍ଧରେ ଆଲୋଚନା କରିଥିଲେ। ତାଲିମଦାତା ୟୁନିସେଫର ପରାମର୍ଶଦାତା ଘାସିରାମ ପଣ୍ଡା ବାଲ୍ୟ ବିବାହ ନିଷେଧ, ଶିଶୁମାନଙ୍କୁ ଶୋଷଣରୁ ସୁରକ୍ଷା, ଶିଶୁମିତ୍ର ପଞ୍ଚାୟତ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସହକାରୀ ସଂଯୋଜିକା ଶକୁନ୍ତଳା ଦାସ ଅଦ୍ଵିକା ଯୋଜନା ଏଥିରେ ପିଇଓଙ୍କ ଭୂମିକା ଉପରେ ଆଲୋକପତ କରିଥିଲେ। ମହାବୀର ରୁଦ୍ରନାରାୟଣ ସାହୁ ଆଇନ ସହ ଦ୍ବନ୍ଦରେ ଥିବା ଶିଶୁମାନଙ୍କ ଆବଶ୍ୟକତା ଓ ଥଇଥାନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଅଜିତ କୁମାର ମହାପାତ୍ର ଆନ୍ତଃ ବିଭାଗୀୟ ସମ୍ୱନ୍ୟୟ, ଶିଶୁ ଓ ପରିବାର ସମୃଦ୍ଧିରେ ପିଇଓଙ୍କ ଭୂମିକା ବିଷୟରେ ବୁଝାଇଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଚାଇଲଡ ହେଲ୍ପଲାଇନ ପୋଷ୍ଟର ଉନ୍ମୋଚନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଚାଇଲଡ ହେଲ୍ପଲାଇନ ସଂଯୋଜକ କୃଷ୍ଣ ଚନ୍ଦ୍ର ମିଶ୍ର, ଶିଶୁ ସୁରକ୍ଷା ୟୁନିଟର ଅକ୍ଷୟ କୁମାର ଚୌଧୁରୀ, ବିଜଯ କୁମାର ପରିଡ଼ା ରୋଜାଲିନି ପାତ୍ର, ସନ୍ତୋଷ ସାହୁ, ସ୍ନିଗ୍ଧାରାଣୀ ସାହୁ, ହରେକୃଷ୍ଣ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Recent Comments

Leave Comments

Top