logo
add image
ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ଓ ସୁନାଚେନ ଲୁଟ 

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ଓ ସୁନାଚେନ ଲୁଟ 

ବଳଙ୍ଗା/ପୁରୀ/୨୬/୩/୨୦୨୬/(ଆଧାର ମିଡ଼ିଆ)-ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ବଳଙ୍ଗା ଥାନା ଅନ୍ତର୍ଗତ ସରସ୍ଵତୀପୁର ଗ୍ରାମରେ ବାପ ପୁଅଙ୍କୁ ଆକ୍ରମଣ କରାଯିବା ସହ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ କରଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ସୁଚନା ମୁତାବକ ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁଙ୍କ ପତ୍ନୀ ସୁକାନ୍ତି ସ୍ୱାଇଁ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଲକ୍ଷ୍ମୀଧର ଗାଁ ଛକରେ ଠିଆ ହେଇଥିବା ବେଳେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ରଘୁନାଥ ପ୍ରଧାନ ଆସି ଲକ୍ଷ୍ମୀଧରଙ୍କ ଆଗରେ ତାଙ୍କ ପୁଅ ଗାଁ ନଛାଡ଼ିଲେ ତାକୁ ମାରିଦେବା ପାଇଁ ଧମକ ଦେଇଥିଲେ। ଲକ୍ଷ୍ମୀଧର ପ୍ରତିବାଦ କରିବାରୁ ରଘୁନାଥ ଲକ୍ଷ୍ମୀଧରଙ୍କ ବେକରେ ଗାମୁଛା ପକାଇ ଜୋର୍ ରେ ଭିଡ଼ି ଦେଇଥିଲା। ଫଳରେ ଲକ୍ଷ୍ମୀଧର ଚେତାଶୂନ୍ୟ ହୋଇପଡ଼ିଥିଲେ। ପାଟି ଶୁଣି ସୁକାନ୍ତିଙ୍କ ସାନ ପୁଅ ଗିରିଧାରୀ ଘଟଣା ସ୍ଥଳକୁ ଆସିବାରେ ଆସାମୀ ରଘୁନାଥ ଏକ ଲୁହରଡରେ ଆକ୍ରମଣ କରିଥିଲା । ଫଳରେ ଗିରିଧାରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।
ଏହି ସମୟରେ ସୁକାନ୍ତି ଘଟଣା ସ୍ଥଳକୁ ଆସିବାରେ ରଘୁନାଥ ତାଙ୍କୁ ମାଡ ମାରିବା ସହ ବେକରେ ଥିବା ୨ଭରି ଓଜନର ସୁନା ଚେନକୁ ଛିଣ୍ଡାଇ ନେଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି। ଅପର ପକ୍ଷରେ ରଘୁନାଥ ଘଟଣା ଦିନ ଗାଁ ଛକରେ ଠିଆ ହୋଇଥିଲା ବେଳେ ରାସ୍ତା କାମକୁ କେନ୍ଦ୍ରକରି ଲକ୍ଷ୍ମୀଧର ଓ ତାଙ୍କ ଦୁଇ ପୁଅ ଗୋବର୍ଦ୍ଧନ ଓ ଗିରିଧାରୀଙ୍କ ସହ ମିଶି  ରଘୁନାଥଙ୍କୁ ତଳେ ପକାଇ ଇଟାରେ ଆକ୍ରମଣ କରିଥିଲେ। ରଘୁନାଥଙ୍କ ମୁଣ୍ଡ ଫାଟିଯାଇଥିଲା ଆସାମୀ ମାନେ ରଘୁନାଥଙ୍କ ବେକରେ ଥିବା ଏକ ସୁନାଚେନକୁ ନେଇଯାଇଥିଲେ ବୋଲି ରଘୁନାଥ ପାଲଟା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁକରି ତଦନ୍ତ ଜାରିରଖିଛି।

Recent Comments

Leave Comments

Top