logo
add image
ଛଟେଇ ଶ୍ରମିକଙ୍କ ପୁନଃନିଯୁକ୍ତି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ

ଛଟେଇ ଶ୍ରମିକଙ୍କ ପୁନଃନିଯୁକ୍ତି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ

କଣିହାଁ/୨୭/0୩/୨0୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା,ରେଙ୍ଗାଳି ଗ୍ରୀଡ଼,ଠିକା ଶ୍ରମିକଙ୍କୁ ଛଟେଇ ପ୍ରତିବାଦରେ ଶ୍ରମିକ ସଂଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଅନଶନ ଆରମ୍ଭ ହୋଇଛି। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳିସ୍ଥିତ ପାୱାରଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌ (ପିଜିସିଆଇଏଲ) ରେ ପ୍ରାୟ ୩୦
ବର୍ଷଧରି କାମ କରୁଥିବା ୬ ଜଣ ଠିକା ଶ୍ରମିକଙ୍କୁ ବେଆଇନ ଭାବେ ଛଟେଇ କରାଯାଇଥିବାକୁ କେନ୍ଦ୍ରକରି ଏହି ଆନ୍ଦୋ ଳନ ଜୋରଦାର ହୋଇଛି।
ଏହା ପ୍ରତିବାଦରେ ଅନୁଗୋଳ ଜିଲ୍ଲା ରେଙ୍ଗାଳି (ପିଜିସିଆଇଏଲ)  ୱାର୍କର୍ସ ୟୁନିୟନ ପକ୍ଷରୁ ୩ଦଫା ଦାବି ଉଠାଯାଇଛି। ଏହାମଧ୍ୟରେ ଛଟେଇ ଶ୍ରମିକଙ୍କୁ ପୁନଃନିଯୁକ୍ତି, ଇଲେକ୍ଟ୍ରିକାଲ ବିଭାଗରେ ସମସ୍ତ କାର୍ଯ୍ୟଦିନରେ କାମ ପ୍ରଦାନ ଓ ସମସ୍ତ ଶ୍ରମିକଙ୍କୁ ଇଏସଆଇ କାର୍ଡ ଯୋଗାଇବା ଦାବି ମୁଖ୍ୟ ରହିଛି।(ଏଆଇୟୁଟିୟୁସି )ଏବଂ (ଏଆଇପିଏଫ) ଶ୍ରମିକ ସଂଗଠନ ଙ୍କ ଆହ୍ୱାନରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଏହି ଅନଶନ ଚାଲିଛି। ଏଥିରେ ୟୁନିୟନର ସଭାପତି ଜୟସେନ ମେହେର ,ସାଧାରଣ ସଂପାଦକ ପ୍ରହ୍ଲାଦ ଚନ୍ଦ୍ର ସାହୁଙ୍କ ସହ ବିଦ୍ୟାଧର ସାମଲ, ବଂଶୀଧର ସାହୁ, କୈଳାସ ମାଝି,ଗୌତମ ସେଠୀ, ବିନୋଦ ନାଏକ ଓ ଅନ୍ୟାନ୍ୟ ଠିକା ଶ୍ରମିକ ଯୋଗ ଦେଇଛନ୍ତି.ଶ୍ରମିକମାନେ ସଚେତନ କରିଛନ୍ତି ଯେ ପାୱାରଗ୍ରୀଡ଼ ଅଧିକାରୀ ଶ୍ରମିକ ମାରଣା ନିତିଛାଡି ତାଙ୍କର ଦାବି ମାନିନିଅନ୍ତୁ, ନଚେତ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।

Recent Comments

Leave Comments

Top