logo
add image
ଜୟଶ୍ରୀରାମ ଧ୍ଵନୀରେ କମ୍ପିଲା କାକଟପୁର 

ଜୟଶ୍ରୀରାମ ଧ୍ଵନୀରେ କମ୍ପିଲା କାକଟପୁର 

କାକଟପୁର/୨୮/୩/୨୦୨୬/(ଆଧାର ମିଡ଼ିଆ- ତୁଷାର ଦୀକ୍ଷିତ)-ପୁରୀଜିଲ୍ଲା କାକଟପୁରରେ ବିଶ୍ୱହିନ୍ଧୁ ପରିଷଦ କାକଟପୁର ମଣ୍ଡଳ ପକ୍ଷରୁ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ରାମଭକ୍ତ ଏକାଠିହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ପରିକ୍ରମା କରିଥିଲେ । ସନ୍ଧ୍ୟା ୫ ଘଟିକାରୁ ସ୍ଥାନୀୟ ବିଶ୍ଵାମିତ୍ର ଆଶ୍ରମ ଠାରୁ ବାହାରି ସ୍ୱମେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ଶୋଭାଯାତ୍ରା ପହଞ୍ଚିଥିଲା ଲ
ଏହି ଶୋଭାଯାତ୍ରାରେ ଏକ ସୁସଜ୍ଜିତ ଗାଡ଼ିରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଫଟୋକୁ ରଖାଯିବା ସହିତ ବିଭିନ୍ନ ପାରମ୍ପରିକ ବାଦ୍ୟ, ଲୋକନୃତ୍ୟ ଏବଂ ଜୟ ଶ୍ରୀରାମ ଧ୍ଵନୀରେ ସାରା ଅଞ୍ଚଳ ରାମ ମୟ ପରିବେଶ ସୃଷ୍ଟି କରିବା ସଂଗେ ସଂଗେ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରୁଥିବା ବେଳେ ସମସ୍ତଙ୍କ ମୁହଁରେ ଜୟ ଶ୍ରୀରାମ ଧ୍ୱନି ସହରରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଶୋଭାଯାତ୍ରାରେ କାକଟପୁର ଅଞ୍ଚଳର ବିଭିନ୍ନ ସ୍ଥାନରୁ ୫୦ ରୁ ଊର୍ଦ୍ଧ୍ୱ ସଂକୀର୍ତ୍ତକ ମଣ୍ଡଳୀ ସାମିଲ ହୋଇଥିଲେ । 
ରାମନବମୀ ପରିଚାଳନା କମିଟି ତଥା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସ୍ଥାନୀୟ ସ୍ୱମେଶ୍ୱର ମନ୍ଦିରରେ ପ୍ରାୟ ୨ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା l ବିଶ୍ଵ ହିନ୍ଦୁ ପରିଷଦ, କାକଟପୁର ମଣ୍ଡଳ ସଭାପତି କାବୁଲା ବିଶ୍ଵାଳ, ଗୋ ରକ୍ଷା ପ୍ରମୁଖ ବିଶ୍ଵ ହିନ୍ଦୁ ପରିଷଦ ପୁରୀ ଜିଲ୍ଲା ପ୍ରଖଣ୍ଡ ମିହିର ରଞ୍ଜନ ଦୀକ୍ଷିତ,ସଂପାଦକ ବିଶ୍ଵ ହିନ୍ଦୁ ପରିଷଦ କାକଟପୁର ପଦ୍ମଲୋଚନ ସ୍ବାଇଁ ସହ-ସଂପାଦକ ଅଲେଖ ମହାନ୍ତି,କାକଟପୁର ବ୍ଲକ୍ ଅଧ୍ୟକ୍ଷ ଶ୍ରୀଧର ନାୟକ,ଅନ୍ତର୍ଯ୍ୟାମୀ ବେହେରା,ଅସ୍ତରଂଗ ପ୍ରଖଣ୍ଡ ସଭାପତି ବ୍ରଜ ବନ୍ଧୁ ବିଶ୍ଵାଳ,ବିଶ୍ବ ହିନ୍ଦୁ ପରିଷଦ ଗୋ ରକ୍ଷା ପ୍ରମୁଖ ଅସ୍ତରଂଗ  ତୁଷାର ରଞ୍ଜନ ବେହେରା,ଜଗତସିଂହପୁର ସାଂସଦଙ୍କ ପୁରୀଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ୱାଇଁ,ସାଂସଦଙ୍କ କାକଟପୁର ବ୍ଲକ ପ୍ରତିନିଧି କୈଳାସ ଚନ୍ଦ୍ର ନାୟକ, ଅଭିମନ୍ୟୁ ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକି ସୁ-ପରିଚାଳନା କରିଥିବାବେଳେ ପୁରୀଜିଲ୍ଲା ଆରକ୍ଷୀ ଉପ-ଅଧିକ୍ଷକ ସଚିନ ପଟେଲ, କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ l

Recent Comments

Leave Comments

Top