କଣିହାଁ/୨୮/0୩/୨0୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲବ୍ୟାରେଜ କଲୋନୀରେ କାଳବୈଶାଖୀର ପ୍ରଭାବରେ ଏକ ବଡ କଦମ୍ବଗଛ ଭାଙ୍ଗି କ୍ବାର୍ଟର ଉପରେ ପଡିବାରୁ କ୍ବାର୍ଟରଟି ଅଧା ଭାଙ୍ଗି ଯାଇଛି। କିନ୍ତୁ କ୍ୱାର୍ଟର ଭିତରେ ଥିବା ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।
ବ୍ୟାରେଜ କର୍ତ୍ତ୍ତୃପକ୍ଷଙ୍କ ବେପରୁଆ ମନମାନି ଯୋଗୁଁ କଲୋନୀର କ୍ଵାର୍ଟର ଗୁଡିକ ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ ହେଉଛି। ସମଲ ବ୍ୟାରେଜ କର୍ମଚାରୀ ଦୁର୍ଗା ଚରଣ ସୋରେନଙ୍କ ଘର ଉପରେ ଏହି ଗଛ ମାଡି ବସିଛି । ପାଖରେ ଥିବା ପାନଦୋକାନ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛି। କଣିହାଁ ଅଗ୍ନିଶମ ବାହିନୀଙ୍କୁ ଯୋଜାଯୋଗ କରାଯାଇ ଥିବାରୁ ।ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ଲୋକ ମାନଙ୍କୁଉଦ୍ଧାର କରିଥିଲେ। ସମଲ କର୍ତ୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ ଯୋଗୁଁ ଏଭଳି ଘଟଣା ଦେଖିବାକୁ ମିଳୁଛି l ଏଭଳି ଅନେକ ଶୁଖିଲା ଗଛ ସରକାରୀ ଘର, କ୍ଵାର୍ଟର ପାଖରେ ଅଛି l କେତେବେଳେ କାହାର ଘର ଉପରେ ପଡିବ କହିହେବ ନାହିଁ। ତେଣୁ ତୁରନ୍ତ ଉକ୍ତ ଗଛଗୁଡିକ ହଠାଇବାକୁ ସାଧାରଣରେ ଦାବି ହେଉଛି।
Recent Comments