ବଲାଙ୍ଗୀର/୩୦/୦୩/୨୦୨୬/(ଆଧାର ମିଡ଼ିଆ-ଶରତ ମହାକୁରଙ୍କ ରିପୋର୍ଟ।)-ଆଜି ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ଅଗ୍ନିକାଣ୍ଡ ଘଟି ତିନି ଦୋକାନ ସମ୍ପୂର୍ଣ୍ଣ ଭଷ୍ମିଭୂତ ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ସହିତ ଦୁଇଟିଉଠା ଦୋକାନର ସାମଗ୍ରୀ ପୋଡ଼ିଯାଇଛି। ଆଜି ସକାଳୁ ଦୋକାନରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ପରେ ପାଖରେ ଥିବା ଅନ୍ୟ ଦୋକାନଗୁଡ଼ିକ ନିଆଁ ଦାଉରୁ ରକ୍ଷା ପାଇଯାଇ ଥିଲେ ମଧ୍ୟ ଟାୟାର୍ ଦୋକାନର ମେସିନ୍ ସହିତ ଲକ୍ଷାଧିକ ଟଙ୍କାର ସମାଗ୍ରୀ ପୋଡିପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ କୌଣସି ଦୁର୍ବୃତ୍ତ ନିଆଁ ଲଗାଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି।
Recent Comments