logo
add image
ମାସାନ୍ତ ରବିବାସରୀୟ ସଂଗୀତ ସଂଧ୍ୟା.

ମାସାନ୍ତ ରବିବାସରୀୟ ସଂଗୀତ ସଂଧ୍ୟା.

ବଲାଙ୍ଗୀର/୨୯/୦୩/୨୬/(ଆଧାର ମିଡ଼ିଆ-ଶରତ କୁମାର ମହାକୁରଙ୍କ ରିପୋର୍ଟ)-ରବିବାର ମାସର ଶେଷ ରବିବାର ଅବସରରେ ସ୍ଥାନୀୟ ମାଉସି ମନ୍ଦିର ସ୍ଥିତ ସଂଗୀତ ବିଦ୍ୟାଳୟ ପଞ୍ଚମର ନୃତ୍ୟ ବିଭାଗ ମଣ୍ଡପରେ ମାସାନ୍ତ ରବିବାସାରୀୟ ସଙ୍ଗୀତ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି.ବରିଷ୍ଟ କଣ୍ଠଶିଳ୍ପୀ ମୁରଲୀଧର ପତିଙ୍କ ପ୍ରାରମ୍ଭ ସଙ୍ଗୀତ ପରିବେଷଣ କରିବା ପରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ଶ୍ରୟାନସି ଝାଙ୍କର, ସ୍ମୃତି ସଂପୂର୍ଣା ସାହୁ,ସଂକେତ ଥାଟି,ପ୍ରିୟାଂଶ ପଣ୍ଡା,ବବିତା ତ୍ରିପାଠୀ,ବିନାୟକ ମିଶ୍ର,ଆୟୁଷ୍ମାନ ପାଣିଗ୍ରାହୀ,ଶ୍ରୀମତୀ ପୁଷ୍ପାଞ୍ଜଳି ଠାକୁର,ଇଂଜିନିୟର ସଞ୍ଜୟ ମହାନ୍ତି ପ୍ରମୁଖ ଭଜନ ଓ ଜଣାଣ ପରିବେଷଣ କରିଥିଲେ. ବାଦ୍ୟଯନ୍ତ୍ରରେ ସଂସ୍କାର ସ୍ୱରୂପ ମିଶ୍ର,ଅଂଶୁମାନ ପଣ୍ଡା, ଅଦ୍ୱେତ କୁମାର ସାହୁ,ରୁଦ୍ରାନ୍ସ ବ୍ରହ୍ମ୍ଛା, ସତ୍ଵିକ ହୋତା,ଆୟୁଷ କୁମାର ପ୍ରଧାନ,ଜି. କୁମାର, ପ୍ରଣୀତ ପ୍ରଭୁତି ସହଯୋଗ କରିଥିବା ବେଳେ କାର୍ଯ୍ୟ କ୍ରମ କୁ ସଫଲ ରୂପାୟନ କରିଥିଲେ ଗୁରୁଃଶ୍ରୀ ଗୌର କିଶୋର ମହାପାତ୍ର, ରାଜକୁମାର ହୋତା ପ୍ରମୁଖ. ଚୈତ୍ର ସନ୍ଧ୍ୟା ର ଏହି ମନୋରମ ପରିବେଶରେ ଶ୍ରୋତା ଓ ଅଭିଭାବକ ଯୋଗଦାନ କରି ସଫଳ ହେବାରେ ସହଯୋଗ କରିଥିଲେ.ସୂଚନା ଯୋଗ୍ୟ ଯେ ପ୍ରତେକ ମାସର ଶେଷ ରବିବାର ସଂଧ୍ୟାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଉଛି.

Recent Comments

Leave Comments

Top