logo
add image
ରେଳ ଷ୍ଟେସନରେ ଇଲେକ୍ଟ୍ରି ସଂସ୍ପର୍ଶରେ ଆସି ଯୁବକ ଗୁରୁତର।

ରେଳ ଷ୍ଟେସନରେ ଇଲେକ୍ଟ୍ରି ସଂସ୍ପର୍ଶରେ ଆସି ଯୁବକ ଗୁରୁତର।

ଢେଙ୍କାନାଳ/ମେରାମଣ୍ଡଳୀ/୩୧/୦୩/୨୦୨୬/(ଆଧାର ମିଡ଼ିଆ)-ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ରେଳ ଷ୍ଟେସନ ପାଞ୍ଚ ନମ୍ବର ପ୍ଲାଟଫର୍ମରେ ଏକ ମାଲବାହୀ ଟ୍ରେନ ଛିଡ଼ା ହୋଇଥିବା ସମୟରେ ମୋଟଙ୍ଗା ଅଞ୍ଚଳରେ ଭଡ଼ାରେ ରହୁଥିବା ସାହିଲ୍ ସାହୁ ପିତା ଦେବରାଜ ସାହୁ ଟ୍ରେନ୍ ଉପରେ ଚଢ଼ି ରିଲସ୍ କରୁଥିବାବେଳେ ହଠାତ୍ ଇଲେକ୍ଟ୍ରି ସଂସ୍ପର୍ଶରେ ଆସିବା ଦ୍ୱାରା ଗୁରୁତର ଆହତ ହୋଇଥିବା ଜଣାପଡିଛି,ଖବର ପ୍ରସାରଣ ପରେ ସ୍ଥାନୀୟ ଅଞ୍ଚଳରେ ଭିଡ ଜମିଥିଲା ଏବଂ ଗୁରୁତର ଯୁବକକୁ ଚିକିତ୍ସା ପାଇଁ ମେଡିକାଲ ପଠାଇଥିବା ଦେଖିବାକୁ ମିଳିଛି। ରେଳ ଷ୍ଟେସନରେ ଏହିଭଳି ଅବାଧ ପ୍ରବେଶ ପାଇଁ ରେଳବିଭାଗ ସୁରକ୍ଷା କର୍ମୀମାନଙ୍କ ଦାୟିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗାମୀ ଦିନରେ ବିଭାଗ କେତେଦୂର ତତ୍ପରତା ପ୍ରକାଶ କରୁଛି ତାହା ଦେଖିବାକୁ ବାକିରହିଲା
 

Recent Comments

Leave Comments

Top