logo
add image
ଶିଶୁଯତ୍ନ ଅନୁଷ୍ଠାନରେ ଉତ୍କଳଦିବସ ପାଳିତ 

ଶିଶୁଯତ୍ନ ଅନୁଷ୍ଠାନରେ ଉତ୍କଳଦିବସ ପାଳିତ 

ଗୁଣୁପୁର/ରାୟଗଡା/୧/୪/୨୦୨୬/(ଆଧାର ମିଡ଼ିଆ)-ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଲିମାମେଡ଼ା ଠାରେ ଥିବା ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନରେ ଆଜି ଆଡମ୍ବର ସହକାରେ ଉତ୍କଳ ଦିବସ ପାଳିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ଅନୁଷ୍ଠାନ ସମ୍ପାଦିକା ରଶ୍ମିରେଖା ମହାନ୍ତି ଯୋଗଦେଇ ଆଜିର ଗୌରବମୟ ଦିବସର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନ ର ପରାମର୍ଶଦାତା ଅଜିତ ମହାନ୍ତି ଉପସ୍ଥିତ ରହି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ରେ ବରପୁତ୍ରଙ୍କ ଭୂମିକା ସମ୍ପର୍କରେ କହିଥିଲେ। ଏହି ଅବସରରେ ଅନ୍ତେବାସୀ ଙ୍କୁ ନେଇ କୁଇଜ,ଚିତ୍ରାଙ୍କନ,ବକୃତା,ମହାପୁରୁଷଙ୍କ ବେଶ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ତ୍ରିଲୋଚନ ଶବରଙ୍କୁ ପାରଳା ମହାରାଜା,ନବୀନ ପୀଡ଼ିକାକୁ ମଧୁବାବୁ ଓ ଶୁଭମ ଶବରକୁ ଉତ୍କଳମଣିଙ୍କ ବେଶରେ ସଜ୍ଜିତ କରାଯାଇଥିଲା।ଅନୁଷ୍ଠାନର କଳା ଓ ସଂଗୀତ ଶିକ୍ଷକ ନବୀନ ଚନ୍ଦ୍ରଗୁରୁ, ଶିକ୍ଷକ ମୋହନ ଚନ୍ଦ୍ର ପଣ୍ଡା,ଅଖିଳ ମହାନ୍ତି,ଅଫିସ ସହାୟକ ଅଭିରାମ ଶବର, ଗୃହରକ୍ଷୀ ରମେଶ ଶବର,ଅମିତ ମହାନ୍ତି,ହିମାଂଶୁ ଶେଖର,ପ୍ରଣବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Recent Comments

Leave Comments

Top