ବଲାଙ୍ଗୀର/୧୯/୦୪/୨୦୨୬/(ଆଧାର ମିଡ଼ିଆ)-ପର୍ଶୁରାମ ଜନ୍ମୋତ୍ସବ ଧୂମଧାମରେ ପାଳନ କରିବାକୁ ଏକ ପ୍ରସ୍ତୁତି ବୈଠକ ସଭାପତି ଶ୍ରୀ ପ୍ରାଣ ବଲ୍ଲଭ ତ୍ରିପାଠୀଙ୍କ ନେତୃତ୍ୱରେ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇ ଥିଲା l ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ ପାଇଁ ଏବର୍ଷ ଯୁବ ନେତୃତ୍ୱ ହାତରେ ଅର୍ପଣ କରାଯାଇଥିଲା l ସେଇ ଅନୁସାରେ ପର୍ଶୁରାମ ଜନ୍ମୋତ୍ସବ ପାଳନ କମିଟିର ସଭାପତି ବିଧୁ ଭୂଷଣ ତ୍ରିପାଠୀ,ସମ୍ପାଦକ ସୁରେଶ ମିଶ୍ର ଓ କୋଷାଧକ୍ଷ ସୁବ୍ରତ ରଞ୍ଜନ ତ୍ରିପାଠୀଙ୍କୁ ସର୍ବ ସହମତି କ୍ରମେ ଅର୍ପଣ କରାଯାଇଛି l ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ଅନେକ କମିଟି ଗୁଡିକ ଗଠନକରି ଯୁବବର୍ଗ ସହିତ ମାତୃଶକ୍ତିର ସଦସ୍ୟାଗଣଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି l
ଚିରଞ୍ଜିବି ଭଗବାନ ପର୍ଶୁରାମ ସମସ୍ତଙ୍କର,ଏଣୁ ବଲାଙ୍ଗୀରର ସମସ୍ତ ବର୍ଗଙ୍କୁ ସାମିଲ କରିବାପାଇଁ ବ୍ରାହ୍ମଣ ସମାଜ ଏକତାର ଉଦାରତା ପ୍ରଦର୍ଶନ କରି ସରକାରୀ ପ୍ରଶାସନ ସହିତ ସମସ୍ତ ସନାତନୀ ବର୍ଗଙ୍କୁ ସମ୍ପୃକ୍ତ କରିବାପାଇଁ ସହମତି ପ୍ରକାଶ ପାଇଥିଲା lବଲାଙ୍ଗୀର ଓକିଲ ସଂଘର ନବନିର୍ବାଚିତ ସଭାପତି ବାସୁଦେବ ରଥ, ଉପସଭାପତି ଚିନ୍ମୟ ମିଶ୍ର, ସାଧାରଣ ସମ୍ପାଦକ ଅସିତ ସଡ଼ଙ୍ଘି,ସହ ସମ୍ପାଦିକା ସୁଜାତାରାଣି ମିଶ୍ର ଓ କୋଷାଧକ୍ଷ ଶିବଦତ୍ତ ଦ୍ବିବେଦୀଙ୍କୁ ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ଲ
ଜିଲ୍ଲା ବ୍ରାହ୍ମଣ ମହାସଭାର ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ତାଂକ ବକ୍ତବ୍ୟରେ ସମ୍ପୂର୍ଣ୍ଣ ଅବୟବର ପର୍ଶୁରାମ ମୂର୍ତ୍ତି ସ୍ଥାନୀୟ ଆରଟିଓ ଛକରେ ସ୍ଥାପନ ସହିତ ଉକ୍ତ ଛକକୁ ସରକାରୀ ହିସାବରେ ଭଗବାନ ପର୍ଶୁରାମ ଛକ ନାମକରଣ, ଅନ୍ୟାନ୍ୟ ବ୍ରାହ୍ମଣ କର୍ମ ସହିତ ବିଭିନ୍ନ ସାମାଜିକ ସହାୟତା କାର୍ଯ୍ୟକ୍ରମ ହାତକୁ ନେଇଥିବା ସୂଚନା ପ୍ରଦାନ କରିଥିଲେ l ଏହି ପ୍ରସ୍ତୁତି ବୈଠକରେ ପ୍ରାୟ ଏକଶହରୁ ଉର୍ଦ୍ଧ ଯୋଗଦେଇ ଭଗବାନ ପର୍ଶୁରାମ ଜନ୍ମୋତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହିତ ଆଡମ୍ବରପୁର୍ଣ ଭାବେ ସମାହିତ ହେବ ତାଙ୍କର ମତବ୍ୟକ୍ତ କରିଥିଲେ l
ଏହି ବୈଠକରେ ଉପଦେଷ୍ଟା ଜୟରାମ ମିଶ୍ର,ଲୋକନାଥ ନେପାକ, ଶିବ ଶଙ୍କର ଖୁଆସ ଓ ହଜାରୀ ମିଶ୍ର, ଉପସଭା ପତି କିଶୋର ପୁରୋହିତ, ଉପସଭାପତି ସୁଶ୍ରୀ ରାଜଶ୍ରୀ ତ୍ରିପାଠୀ, ସହସମ୍ପାଦକ ସଂକୀର୍ତନ ତ୍ରିପାଠୀ, କୋଷାଧକ୍ଷ ରାଜେନ୍ଦ୍ର ମିଶ୍ର, ନଗର ସଭାପତି ରାକେଶ ପଣ୍ଡା, ଶକ୍ତିବାହିନୀ ସଦସ୍ୟା ନିହାରିକା ମିଶ୍ର, ସାଗରୀକା ଗୁରୁ ଓ ପ୍ରମିଳା ମିଶ୍ର କାର୍ଯ୍ୟକାରୀ କମିଟିର ସଦସ୍ୟ ସନ୍ତୋଷ ତ୍ରିପାଠୀ, ଜଗଦୀଶ ପ୍ରସାଦ ନାଥ, ଗିରିଶ ଚନ୍ଦ୍ର ପଣ୍ଡା, ଶିବ ନାରାୟଣ ରଥ ସମେତ ଯୁବବାହିନୀରୁ ଅନେକ ସଦସ୍ୟ ଉପସ୍ଥିତ ଥିଲେ l ସଭା ଶେଷରେ ସୁରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
Recent Comments