ସୋନପୁର/୦୨/୦୪/୨୦୨୬/(ଆଧାର ମିଡ଼ିଆ)-ଚଳିତ ମାର୍ଚ୍ଚ ୨୫ ଓ ୨୬ ତାରିଖରେ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କନିଷ୍ଠ ବାଳିକା ବକ୍ସିଂ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘର ଝରଣା ନାଏକ ୧୭ ବର୍ଷରୁ କମ୍ ବାଳିକା ବର୍ଗ (46କିଗ୍ରା)ରେ ପ୍ରଥମ ସ୍ଥାନ ଓ ୧୯ ବର୍ଷରୁ କମ ବାଳିକା ବର୍ଗ (୪୮ କିଗ୍ରା) ରେ ଅର୍ଚ୍ଚିତା ପଧାନ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରକୁ ଉନ୍ନୀତ ହୋଇଛନ୍ତି । ଆସନ୍ତା ଏପ୍ରିଲ ୪ ତାରିଖରେ ନାଗପୁରରେ ହେବାକୁ ଥିବା ଜାତୀୟ ସ୍ତରର ବକ୍ସିଂ ପ୍ରତିଯୋଗିତାରେ ଝରଣା ଓ ଅର୍ଚ୍ଚିତା ଭାଗନେବେ ଓ ଏହାର ଶ୍ରେୟ କୋଚ୍ ରାକେଶ କୁମାର ମେଣ୍ଡଲିଙ୍କୁ ଦିଆଯିବ ବୋଲି ସଂଘ ସଂପାଦକ ପୀୟୂଷ କୁମାର ପଣ୍ଡା ପ୍ରକାଶ କରିଛନ୍ତି l
ସେ ଆହୁରି କହିଛନ୍ତି ଯେ ଜିଲ୍ଲା କ୍ରୀଡା ସଂଘ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରତିବର୍ଷ ସୋନପୁରର ଅନେକ ଖେଳାଳି ଫୁଟବଲ,ସାଇକିଲିଂ,କବାଡି,ଏଥେଲେଟିକ୍ସ,ଖୋକୋ,ବକ୍ସିଂ,ଭଲିବଲରେ ରାଜ୍ୟ ସ୍ତରରୁ ମନୋନୀତ ହୋଇ ନେସନାଲ ଲେବେଲକୁ ମନୋନୀତ ହୋଇ ଜିଲ୍ଲା ପାଇଁ ସଫଳତା ଆଣିଛନ୍ତି l ଜିଲ୍ଲା କ୍ରିଡ଼ା ସଂଘର ସଂପାଦକ ପୀୟୂଷ କୁମାର ପଣ୍ଡା,ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ, ସହକାରୀ ସଂପାଦକ ନନ୍ଦ କିଶୋର ତ୍ରିପାଠୀ,ଭଲିବଲ୍ ସଂପାଦକ ପୁରୁ ଶୋତ୍ତମ୍ ପାଣିଗ୍ରାହୀ,ଫୁଟବଲ ସଂପାଦକ ରାଜିବ ସାହୁ, କାର୍ଯ୍ଯ କାରିଣୀ ସଦସ୍ୟ କଇରୁ ସ୍ୱାଇଁ, ଦିଲ୍ଲୀପ ଗୁରୁ, ଭକୁଲୁ ବକ୍ସି, ଜୀତେନ୍ଦ୍ର ସାହୁ, ଗୋପାଳ ବରାଇ, ଆଦିତ୍ୟ କିଶୋର ଦାନୀ, ଜୟ ନାରାୟଣ ପାଢ଼ୀ, ସନତ ହୋତା, ବଳରାମ ପଟ୍ଟନାୟକ, ଗତି କୃଷ୍ଣ ମିଶ୍ର, ମନୋରଞ୍ଜନ ତ୍ରିପାଠୀ ,ରାଜ କୁମାର ନାଏକ, ରବି ଦେହୁରୀ, ବି ଏସ ରାଓ, ଦିଗାମ୍ବର ଶତପଥି, କଳିମ୍ ମହମ୍ମଦ, ଭକ୍ତି ରଞ୍ଜନ ଦଳେଇ, ସୁଦର୍ଶନ ପଣ୍ଡା, ବିକାଶ ପଣ୍ଡା, କମଳା କାନ୍ତ ସାହୁ, ଧମା କଲେଜ ପି ଇଟି ରାମ କୁମାର ସାହୁ ପ୍ରମୁଖ ଏ ଖେଳାଳିଙ୍କୁ ଶୁଭେଛା ଜଣାଇଛନ୍ତି l
Recent Comments