କାକଟପୁର/୩/୦୪/୨୦୨୬/(ଆଧାର ମିଡ଼ିଆ- ତୁଷାର ଦୀକ୍ଷିତ)-ପୁରୀଜିଲ୍ଲା କାକଟପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯାହାନ ପବ୍ଲିକ ସ୍କୁଲର ୧୫ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ମହା ସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀଧର ନାୟକ, ମୁଖ୍ୟବକ୍ତା ଭାବେ କାକଟପୁର ବ୍ଲକ ଶିକ୍ଷାଧିକାରୀ ତଥା କାକଟପୁର ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ଅକ୍ଷୟ କୁମାର ମହାନ୍ତି ,ଜଗତସିଂହପୁର ସାଂସଦଙ୍କ ପୁରୀଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ୱାଇଁ,ଯାହାନ ପବ୍ଲିକ ସ୍କୁଲର ନିର୍ଦ୍ଦେଶିକା ଡଃ ସୁମିତ୍ରା ଘୋଷ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଆବଶ୍ୟକ ଉଚ୍ଚ ମାନର ଶିକ୍ଷାଦାନ,ଉପଯୁକ୍ତ ଭିତ୍ତିଭୂମି,ଯୋଗ୍ୟ ଶିକ୍ଷକ ଓ ଉପଯୋଗୀ ପାଠ୍ୟକ୍ରମର ଶିକ୍ଷାର ଗୁଣାତ୍ମକ ମାନ ଉପରେ ନିର୍ଭର କରିବା ସହିତ ଏହା କେବଳ ପାଠ ପଡିବା ପାଇଁ ନୁହେଁ ବରଂ ବାସ୍ତବ ଜୀବନରେ ଜ୍ଞାନର ପ୍ରୟୋଗ ଓ ମୂଲ୍ୟବୋଧ ସୃଷ୍ଟି ଉପରେ ଗୁରୁତ୍ୱ ଦିଏ ବୋଲି ମତବ୍ୟକ୍ତ କରିଥିଲେ ଲ
ଶିକ୍ଷା, କ୍ରୀଡା ଓ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ଉତ୍ସବକୁ ସସ୍ମିତା ସାମଲ, ପଦ୍ମନାଭ କାଣ୍ଡି, ମାନସୀ ତ୍ରିପାଠୀ, ସତ୍ୟରଞ୍ଜନ ଶତପଥୀ, ସୁମେୟା ପରବିନ, ବନିତା ସାମନ୍ତରାୟ, ଲୋପାମୁଦ୍ରା ମଲ୍ଲ, ସ୍ବର୍ଣ୍ଣଲତା ବରାଳ, ନିବେଦିତା ରଥ, ମାନସୀ ଦାସ, ଦେବସ୍ମିତା ମହାନ୍ତି ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ l
Recent Comments