logo
add image
ହରିପୁର କ୍ରିକେଟ ପ୍ରୀମୀୟର ଲିଗ୍ ମ୍ୟାଚରେ ୪୦ରନରେ ରାଣୀ ବ୍ଲାଷ୍ଠାର ବିଜୟୀ ।

ହରିପୁର କ୍ରିକେଟ ପ୍ରୀମୀୟର ଲିଗ୍ ମ୍ୟାଚରେ ୪୦ରନରେ ରାଣୀ ବ୍ଲାଷ୍ଠାର ବିଜୟୀ ।

ବୋଲଗଡ଼/ଖୋର୍ଦ୍ଧା/୦୪/୦୪/୨୦୨୬/(ଆଧାର ମିଡ଼ିଆ)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ଅନ୍ତର୍ଗତ ହରିପୁର ପାଟଣା  ପଡ଼ିଆରେ ଚାଲିଥିବା ନବଜ୍ୟୋତି କ୍ରିକେଟ ଆସୋସିଏସନ୍ ତୃତୀୟ ତମ ପ୍ରିମିୟର ଲିଗ୍ ଶନିବାର ଦିନଥିଲା ୬ଷଷ୍ଠ ତମ ଲିଗ୍ ମ୍ୟାଚ | ଏଥିରେ ରାଣୀ ବ୍ଲାଷ୍ଟର ଓ ସ୍ମାଲିଲ ଇଲିଭେନ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ରାଣୀ ବ୍ଲାଷ୍ଠର ନିର୍ଦ୍ଧାରିତ ୧୦ ଓଭରରେ ୫ୱିକେଟ ହରାଇ ୧୫୯ ରନ୍ କରିଥିଲା । ଜବାବରେ ୨ୟ ପାଳିରେ ସ୍ମାଇଲ ଇଲେଭେନ୍ ଦଳର ଖେଳାଳି ସିଦ୍ଧାନ୍ତଙ୍କ  ଧୂମଧାର ବ୍ୟାଟିଂ ରେ ୧୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୧୯ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହା ଫଳରେ ରାଣୀ ବ୍ଲାଷ୍ଠାର ୪୦ରନ୍‌ରେ ବିଜୟୀ ହାସଲ କରିଥିଲା ।ଏଥିରେ ମ୍ୟାନ ଅଫ ଦ ମ୍ୟାଚ ସିପିଲି ବିବେଚିତ ହୋଇଥିଲା ।
ଏହି ଖେଳକୁ ପରିଚାଳନା କରିଥିଲେ ସୁରେନ୍ଦ୍ର ସେଠୀ , ଲକି ସୁବୁଦ୍ଧି ଓ ବିଜୟ କୁମାର ସେଠୀ | ହରିପୁର ପାଟଣା ଗ୍ରାମର ନବ ଜ୍ୟୋତି  କ୍ରିକେଟ ଆସୋସିଏସନ ଏହି ମ୍ୟାଚକୁ ଆୟୋଜନ  କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଆଜି ମୁଖ୍ୟଅତିଥି ଭାବେ ସମାଜସେବୀ ସର୍ବେଶ୍ଵର ଦେଓ  ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ | ଅନ୍ୟତମ ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ପ୍ରସନ୍ନ କୁମାର ସ୍ବାଇଁ ,ସମାଜସେବୀ ଆଲୋକ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ । କ୍ଳବର ସଭାପତି ସୁରେନ୍ଦ୍ର କୁମାର ସେଠୀ,ଉପଦେଷ୍ଟା ହୃଦାନନ୍ଦ ପଳେଇ,ଆଲୋକ କୁମାର ବେହେରା,ଚିକୁ ପ୍ରଧାନ,ସୁମନ ନାୟକ,ସୁବାଷ ଚନ୍ଦ୍ର ନାୟକ,ବିପିନ କୁମାର ବେହେରା ପ୍ରମୁଖ ଖେଳକୁ ଆୟୋଜନ ଥିଲେ |

Recent Comments

Leave Comments

Top