logo
add image
ମହିଳା ମହାବିଦ୍ୟାଳୟରେ ୱାଟର କୁଲର ସ୍ଥାପନ 

ମହିଳା ମହାବିଦ୍ୟାଳୟରେ ୱାଟର କୁଲର ସ୍ଥାପନ 

ବଲାଙ୍ଗୀର/୦୪/୦୪/୨୦୨୬/(ଆଧାର ମିଡ଼ିଆ)-   ଭାରତ ବିକାଶ ପରିଷଦ, ବଲାଙ୍ଗୀର ଶାଖା ଦ୍ୱାରା ପ୍ରଦତ୍ତ ଏକ ୱାଟର କୁଲର୍ ସ୍ଥାନୀୟ ବଲାଙ୍ଗୀର ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ  ଅରବିନ୍ଦ କୁମାର ଓଝାଙ୍କ ପୌରହିତ୍ୟରେ ସଂସ୍ଥାପନ କରାଗଲା ।ଏହି ଅବସରରେ ପରିଷଦର ସଭାପତି  ବଂଶୀଧର ସା, ସମ୍ପାଦକ  ଯତୀନ୍ଦ୍ର କୁମାର ପଟେଲ, କୋଷାଧ୍ୟକ୍ଷ  ଶୈଳେଶ କୁମାର ଜୈନ, ପ୍ରଦେଶ ଉପ-ସଭାପତି  ମହେନ୍ଦ୍ର ଅଗ୍ରୱାଲ, ବରିଷ୍ଠ ସଦସ୍ୟ  ଧନଞ୍ଜୟ ମିଶ୍ର,  ମାନସ ରଞ୍ଜନ ବହିଦାର, ଦୀନଦୟାଲ ଅଗ୍ରୱାଲ,ରାଜେଶ କୁମାର ଅଗ୍ରୱାଲ(୨),ପ୍ରଶାନ୍ତ କୁମାର ବିଶ୍ୱାଲ, ଶ୍ରୀ ଅଜୟ କେଜ୍ରିୱାଲ, ଶ୍ରୀ ଦୟାନିଧି କରନଙ୍କ ସମେତ ମହିଳା ସଦସ୍ୟା ସୁଜାତା ବହିଦାର,  ଅନୀତା ଅଗ୍ରୱାଲ,  ପ୍ରିୟଙ୍କା ଅଗ୍ରୱାଲ, ଶ୍ରୀମତୀ ପାୟଲ କେଜ୍ରିୱାଲ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଭାଗୀ ହୋଇଥିଲେ । ପରିଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଓଝା ପରିଷଦର ସମସ୍ତ ସଦସ୍ୟ, ସଦସ୍ୟାଙ୍କୁ ଏହି ମହତ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ.

Recent Comments

Leave Comments

Top