ବଲାଙ୍ଗିର/୦୪/୦୪/୨୦୨୬/(ଆଧାର ମିଡ଼ିଆ-ରଶରତ ମହାକୁରଙ୍କ ରିପୋର୍ଟ)-ବରଗଡ ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସିପଡ଼ିଛି।ଦୁର୍ଘଟଣା ସ୍ଥଳ ରେ ଡ୍ରାଇଭର ଗଣେଶ ନାଗ(୩୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସମୀର ଖାଲକେ(୩୫)ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ଖବର ପାଇ ଲୋଇସିଂହା ଓ ବଲାଙ୍ଗୀର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।ମୃତ ଓ ଗୁରୁତର ଆହତଙ୍କୁ ଉଦ୍ଧାରକରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ଗତକାଲି ପ୍ରାୟ ରାତ୍ରି ୧୨ଘଣ୍ଟା ସମୟରେ ଏକ ୧୬ଚକ ବିଶିଷ୍ଟ ଭାରିଯାନ ବରଗଡ ପଟରୁ ବଲାଙ୍ଗିର ଅଭିମୁଖେ ସିମେଣ୍ଟ ବୋଝେଇ ଦ୍ରୁତ ଗତିରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ଫାସଡ଼ ଗ୍ରାମ ନିକଟରେ ଥିବା ସୁକତେଲ ନଦୀ ବ୍ରିଜଉପରୁ ପ୍ରାୟ ୪୦ଫୁଟ ତଳକୁ ଖସି ଯାଇଥିଲା।ଘଟଣା ସ୍ଥଳରେ ଚାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବ୍ୟକ୍ତି ଗୁରୁତର ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।ବେପରୁଆ ଗାଡ଼ି ଚାଳନା ଦ୍ୱାରା ପ୍ରତିବର୍ଷ ଶହ ଶହ ନିରୀହ ଲୋକଙ୍କ ଜୀବନ ଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଡ଼ି ଚାଳକ ମାନେ ଦ୍ରୁତ ଗତିରେ ଯାନ ବାହାନ ଚଳାଉଥିବା ଦେଖିବାକୁ ମିଳୁଛି।ଏହା ଉପରେ ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ର ଲଗାମ୍ ନଥିବା ପ୍ରତୀତ ହେଉଛି।ଲୋକଙ୍କ ଜନ ଜୀବନ ସୁରକ୍ଷା ନିମନ୍ତେ ଦ୍ରୁତ ଗତିରେ ଯାନ ବାହନ ଚଳାଉଥିବା ଚାଳକ ମାନଙ୍କ ଉପରେ କଡ଼ାକଡ଼ି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ଜନ ସାଧାରଣରେ ଦାବି
କରିଛନ୍ତି.
Recent Comments