କଣିହାଁ/0୫/0୪/୨0୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଠାରେ ଶନିବାର ଅପରାହ୍ନରେ ପାଳଲହଡ଼ା ବିଧାୟକ ତଥା ଅନୁଗୋଳ ଜିଲା ନବନିଯୁକ୍ତି ଜିଲ୍ଲା ଯୋଜନା ବୋର୍ଡଅଧ୍ୟକ୍ଷ ଅଶୋକ ମହାନ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜି ଅପରାହ୍ନରେ ଶ୍ରୀ ମହାନ୍ତି ଓଏଚପିସି ଡାକ ବଙ୍ଗଳା ଠାରେ ପହଞ୍ଚିବାପରେ ଉତ୍କଳ ସାମ୍ବାଦିକ ସଂଘ କଣିହାଁ ଶାଖାର ସଭାପତି କେସି ସାମଲ ଏବଂ କାର୍ଯ୍ୟକର୍ତ୍ତା ସହ ବିଭିନ୍ନ ଅନୁଷ୍ଠାନ, ଶ୍ରମିକ ସଂଗଠନ, ବିଭିନ୍ନ ପଞ୍ଚାୟତ ସରପଞ୍ଚ, ବିଜେପି ପଞ୍ଚାୟତ ପ୍ରମୁଖ, ମଣ୍ଡଳ ସଭାପତି ପ୍ରମୁଖ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବିଜେପି କର୍ମୀମାନେ, ନାମ ସଂକ୍ରିତନ ବାଜା ବାଣ ରୋଷଣୀରେ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ନେଇ ଶିଶୁ ମନ୍ଦିର ଠାରୁ ବାହାରି ବଜାର ଅଞ୍ଚଳ ପରିକ୍ରମା କରି ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଜେପିର ଜିଲ୍ଲା ସଂପାଦକ ପ୍ରହଲ୍ଲାଦ ସାମଲ, ଜିଲ୍ଲା ଉପ ସଭାପତି ନୃସିଂହ ଚରଣ ବରାଳ,ବରିଷ୍ଟ ସରକାରୀ ଆଇନି ଜୀବି ତ୍ରିପୁରାରି ପ୍ରଧାନ,ଯୁବନେତା ଧୃବ ଚରଣ ଧିର,ବିଜେପି ଜିଲା କମିଟି ସଦସ୍ୟ ସୁମନ୍ତ ପ୍ରଧାନ, ମଣ୍ଡଳ ସଭାପତି ହରେକୃଷ୍ଣ ପ୍ରଧାନ, ମନୋଜ ବିଶ୍ବାଳ, ସରପଞ୍ଚ ପ୍ରଦୀପ ସାହୁ, ରାଜେନ୍ଦ୍ର ବେହେରା,ସମିତି ସଭ୍ୟ ପ୍ରିୟ ରଞ୍ଜନ ମହାନ୍ତି, ଦିପ୍ତିମୟୀ ମାଝୀ, ରେଙ୍ଗାଳି ପଞ୍ଚାୟତ ସଭାପତି ତରୁଣ ସାହୁ,ବାମଦେବ ସାମଲ, ମୀନା ସାମଲ, ବିଷ୍ଟୁ ସେନ ଶତପଥୀ, ସୁଧାକର ସାହୁ, ବିଧାନ ଚନ୍ଦ୍ର ସାହୁ, ସୁମନ୍ତ ମହାନ୍ତି,ଅନିଲ ସାହୁ, ଝୁନା ସାହୁ, ହରିହର ସାହୁ, ସୌଭାଗ୍ୟ ଧିର, ପ୍ରକାଶ ଧିରଙ୍କ ସମେତ ପ୍ରାୟ ୧୫ ଟି ପଞ୍ଚାୟତର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
Recent Comments