ବୌଦ୍ଧ/୦୬/୦୪/୨୦୨୬/(ଆଧାର ମିଡ଼ିଆ)-ଆଜି ସକାଳ ୮ଘଟିକା ସମୟରେ ବୌଦ୍ଧ ସହର ଚନ୍ଦ୍ରଚୁଡ ମନ୍ଦିର ମହାନଦୀ ଆଳତୀ ଘାଟରେ ଓଡିଆ ପକ୍ଷପାଳନ ଅବସରରେ ସ୍ବଚ୍ଛତା ଅଭିଯାନ ପାଳିତ ହୋଇଯାଇଛି | ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଓ ଅନ୍ୟ ଅଧିକାରୀ ମାନେ ଆଳତୀ ଘାଟର ସଫେଇ କରିଥିଲେ | ବୌଦ୍ଧଗଡ ପୌର ପରିଷଦ ଆନୁକୁଲ୍ୟରେ ଆୟୋଜିତ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ପୌରପରିଷଦର କର୍ମଚାରୀ ଓ ସଫେଇ କର୍ମଚାରୀ ମାନେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ସଫେଇ କରିଥିଲେ | ଉକ୍ତ ଅବସରରେ ଜିଲ୍ଲାପାଳ ଶ୍ରୀ ନାଏକ ମହାନଦୀ ଆଳତୀ ଘାଟର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ |
Recent Comments