ସିନାପାଲି/ନୂଆପଡା/୦୫/୦୪/୨୬/ (ଆଧାର ମିଡ଼ିଆ /ରିପୋର୍ଟ-ହେରମ୍ବ ମେହେର)-ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହଠାତ୍ ଆସିଥିବା ଝଡ଼ ତୋଫାନ ସହ କୁଆପଥର ଓ ପ୍ରବଳ ବର୍ଷା ଜନଜୀବନକୁ ଅସ୍ଥବ୍ୟସ୍ତ କରିବା ସହିତ ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି । ଅଦିନିଆ ବର୍ଷାର ତାଣ୍ଡବ ରୂପ ସମଗ୍ର ଅଞ୍ଚଳରେ ବଡ଼ ବଡ଼ ଗଛଲତା ଭାଙ୍ଗିପଡ଼ି ରାସ୍ତା ଉପରେ ଗଛପଡ଼ି ଯାଇଥିବାରୁ ଯାତାୟାତ ବ୍ୟବସ୍ଥା ମଧ୍ୟ କେତେକ ସ୍ଥାନରେ ବାଧାପ୍ରାପ୍ତ ହୋଇଛି । ଏହା ସହିତ ଅନେକ ବିଦ୍ୟୁତ ଖମ୍ବ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ଲୋକମାନେ ଅନ୍ଧକାରରେ ରହିବାକୁ ବାଧ୍ୟ ହୋଇଛନ୍ତି ।
ଏହି ପ୍ରାକୃତିକ ବିପର୍ଯ୍ୟୟରେ ବହୁତ ଧନ-ସମ୍ପତ୍ତିର କ୍ଷୟକ୍ଷତି ଘଟିଥିବା ସହିତ ଖରା ଦିନରେ ଲାଭ ଦାୟକ ହେଉଥିବା ତରଭୁଜ ଚାଷ ରେ ତରଭୁଜ ଗୁଡିକ କୁଆପଥର ମାଡ଼ରେ ଫାଟି ଯାଇଛି ଏବଂ କେତେକ ସ୍ଥାନରେ ତରଭୁଜ କେଣ୍ଡା ଛିଣ୍ଡି ଯାଇଛି ! ବିଶେଷ କରି ରବି ଫସଲ ରେ ଶହଶହ ହେକ୍ଟର ଧାନ ଫସଲ କୁଆ ପଥର ମାଡ଼ରେ କେଣ୍ଡା ଛିଣ୍ଡି ଯାଇଥିବା ଏବଂ ଧାନ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଏ ସଂକ୍ରାନ୍ତରେ ସିନାପାଲି କୃଷି ଅଧିକାରୀ ସୁଧାଂଶୁ ମେହେର କୁ ଯୋଗାଯୋଗ କରି ପଚାରିବାରୁ ଆମେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ର ଆକଳନ କରିବୁ ବୋଲି କହିଥିଲେ । ଏହି ଅଦିନିଆ କୁଆ ପଥର ବର୍ଷା ଓ ଝଡ଼ ତୋଫାନ ଗତ ଦଶ ବର୍ଷ ମଧ୍ୟରେ ହୋଇନଥିବା ସ୍ଥାନୀୟ ଚାଷୀ ତଥା ଜନସାଧାରଣ ପ୍ରକାଶ କରିଛନ୍ତି |
Recent Comments