logo
add image
 କାମଚଳା ନୀତିରେ ଚାଲିଛି କ.ନୂଆଗାଁ ବ୍ଲକ୍ ଶିକ୍ଷାବିଭାଗ କାର୍ଯ୍ୟାଳୟ 

କାମଚଳା ନୀତିରେ ଚାଲିଛି କ.ନୂଆଗାଁ ବ୍ଲକ୍ ଶିକ୍ଷାବିଭାଗ କାର୍ଯ୍ୟାଳୟ 

ବାଲିଗୁଡା/୧୨/୦୪/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ୫ମାସ ହେଲା ବି.ଇ.ଓ. ପଦବୀ ଖାଲି ପଡିଛି l ଯାହା ଫଳରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l  ପ୍ରକାଶ ଯେ, ଗତ ୫ ମାସ ହେଲା ବ୍ଲକ୍ ଶିକ୍ଷାଧୂକାରୀ ପ୍ରମୋଦ କୁମାର ମଲ୍ଲିକ ଅବସର ନେଇଥିବା ବେଳେ ତାଙ୍କ ସ୍ଥାନରେ ଆଉ କାହାକୁ ମଧ୍ୟ ନୂଆ ନିଯୁକ୍ତି ମିଳିନି I ଫିରିଙ୍ଗିଆ ବ୍ଲକ୍ ଶିକ୍ଷାକାରୀ ଆଲୋକ ପଧାନଙ୍କୁ ଏଠାରେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ସତ କିନ୍ତୁ ଦୁଇ ଦୁଇଟି ବ୍ଲକ୍‌ର ଦାୟିତ୍ଵକୁ ଏକ କାଳୀନ ସଂପନ୍ନ କରିବା ତାଙ୍କପକ୍ଷେ ସମ୍ଭବପର ହୋଇ ପାରୁନି 
ବେଳେ ବେଳେ ସେ ଏଠାକୁ ଆସୁଥିବା ବେଳେ କେତେକ କ୍ଷେତ୍ରରେ ଜରୁରୀ ଫାଇଲରେ ଦସ୍ତଖତ କରିବା ପାଇଁ କର୍ମଚା ରୀଙ୍କୁ ଫିରିଙ୍ଗିଆ ଯିବାକୁ ପଡ଼ୁଛି ବୋଲି ଜଣାପଡିଛି I ଫଳରେ ମୋଟା ମୋଟି ଭାବେ କ. ନୂଆଗାଁ ବିଇଓ ଅଫିସ୍ କାମଚଳା ନୀତି ରେ ପରିଚାଳିତ ହେଉଛି । ସେହିପରି ଏଠାରେ ଦୁଇ ଏବିଇଓ ପଦବି ମଧ୍ଯ ଖାଲି ପଡ଼ିଛି | ୪ ବର୍ଷ ତଳେ ଜଣେ ଏବିଇଓଙ୍କ ବଦଳି ହୋଇଥିବା ବେଳେ ଗତ ଏକ ବର୍ଷ ହେଲା ଏବିଇଓ ସୁରେନ୍ଦ୍ର ଦାସ ଅବସର ଗ୍ରହଣ କରିଛନ୍ତି ଇ
ଏବେ କେବଳ ଦୁଇଜଣ ଏବିଇଓଙ୍କ ଉପରେ କ.ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଭାର। ସେବେ ଠାରୁ ମାତ୍ର ଦୁଇ ଜଣ ଏବିଇଓ ଚୈତନ୍ଯ କହଁର ଓ ହରିହର ମଲ୍ଲିକ ଦାୟିତ୍ଵରେ ରହି କାମ ତୁଲାଉ ଛନ୍ତି ସେହିପରି କାର୍ଯ୍ୟାଳୟରେ ଜଣେ ଆକାଉଣ୍ଟାଣ୍ଟ ପଦ ମଧ୍ୟ ଖାଲି ପଡ଼ିଛି I ତେବେ ଖାଲି ପଦବି ପୂରଣ ହୋଇ ନ ପାରିବା, ରାଜ୍ୟ ଶିକ୍ଷା ବିଭାଗର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ. ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ ଅଧୀନ ରେ ମୋଟ ୧୩୬ ଟି ବିଦ୍ୟାଳୟ ରହିଛି । ସେଥି  ମଧ୍ଯରୁ ୭୪ ଟି ପ୍ରାଥମିକ ବିଦ୍ୟାଳୟ, ୪୧ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୬ ଟି ଉଚ୍ଚ ବିଦ୍ୟାଳୟ ଓ ସେବାଶ୍ରମ ବିଦ୍ୟାଳୟ ରହିଥ‌ିବା ବେଳେ ୩ଟି ଘରୋଇ ବିଦ୍ୟାଳୟ ମଧ୍ୟ ରହିଛି। ବିଭାଗୀୟ ଅଧିକାରୀ ମାନଙ୍କ ପଦବି ଖାଲିପଡ଼ିଥିବା ହେତୁ ପରିଚାଳନାରେ ଘୋର ବିଭ୍ରାଟ ଦେଖିବାକୁ ମିଳିଛି | ଶିକ୍ଷା ବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥୁବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚଳିତମାସ ଠାରୁ ଶିକ୍ଷାବର୍ଷ | ଆରମ୍ଭ ହେଉଥ‌ିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପଦବି ପୂରଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।

Recent Comments

Leave Comments

Top