ସମ୍ବଲପୁର/୧୩/୪/୨୦୨୬/(ଆଧାର ମିଡ଼ିଆ )ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା +୩ ତୃତୀୟ ସେମିଷ୍ଟାର କମ୍ୟୁନିକେଟିଭ୍ ଇଂଲିଶ୍ (ବ୍ୟାକ୍ ପେପର) ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ସରକାରୀ ମହିଳା ମହାବିଦ୍ୟାଳୟ,ହୀରାକୁଦ କଲେଜ୍,ଏନ୍ ଏସ ସି ବି କଲେଜ୍ ଓ ଲରମ୍ଭା କଲେଜ୍ ଷଷ୍ଠ ସେମିଷ୍ଟାର ଛାତ୍ରୀମାନେ ଏହି ବିଷୟରେ 'ଗଣଫେଲ୍' ହେବାପରେ ପରୀକ୍ଷା ନିୟନ୍ତ୍ରକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅନ୍ୟ ସମସ୍ତ ବିଷୟରେ ଉଚ୍ଚ ଗ୍ରେଡ୍ ରଖିଥିବା ସତ୍ତ୍ୱେ କେବଳ ଏହି ପେପରରେ ଶହ ଶହ ପିଲାଙ୍କୁ ଫେଲ୍ କରାଯାଇଛି, ଯାହା ମୂଲ୍ୟାୟନ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ପ୍ରୋଗ୍ରେସିଭ ସମ୍ବଲପୁର ପକ୍ଷରୁ କୁହାଯାଇଛି।
ପ୍ରୋଗ୍ରେସିଭ ସମ୍ବଲପୁର ସାଧାରଣ ସମ୍ପାଦକ ଚୁମନ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଛାତ୍ରୀମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରି ଦାବି କରିଛନ୍ତି ଯେ କମ୍ୟୁନିକେଟିଭ୍ ଇଂଲିଶ୍ ସମୂହ ଫେଲ ବିଶ୍ୱବିଦ୍ୟା ଳୟର ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଅବହେଳା ଓ ଭବିଷ୍ୟତକୁ ନଷ୍ଟ କରିବାର ପ୍ରୟାସ । ବିନା କୌଣସି ପୂର୍ବ ସୂଚନାରେ ପରୀକ୍ଷା ପ୍ୟାଟର୍ଣ୍ଣ ବଦଳାଯାଇଥିଲା। ଯଦି ତୁରନ୍ତ ଖାତା ପୁନଃ-ମୂଲ୍ୟାୟନ କରା ନଯାଏ କିମ୍ବା ୧୫ ଦିନ ମଧ୍ୟରେ ସ୍ୱତନ୍ତ୍ର ସପ୍ଲିମେଣ୍ଟାରୀ ପରୀକ୍ଷା କରା ନଯାଏ, ତେବେ ଅନେକ ଛାତ୍ରୀ CPET ଏବଂ B.Ed. ପରି ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେବେ।
ଆସନ୍ତା ୨୦ ଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସନ୍ତୋଷଜନକ ପଦକ୍ଷେପ ନେଇ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ସମସ୍ୟା ସମାଧାନ ନହୁଏ ତେବେ ଜ୍ୟୋତି ବିହାର ମୁଖ୍ୟ ଫାଟକ ସମ୍ମୁଖରେ ଏକ ବିଶାଳ ଗଣତାନ୍ତ୍ରିକ ଆନ୍ଦୋଳନ କରାଯିବ ବୋଲି ପ୍ରୋଗ୍ରେସିଭ ସମ୍ବଲପୁର ପକ୍ଷରୁ ଛାତ୍ରୀମାନେ ଚେତାବନୀ ଦେଇଛନ୍ତି। ଆଜିର ଏହି ପ୍ରତିବାଦ ପ୍ରଦର୍ଶନ କରିବା ସମୟରେ ଚୁମନ ପ୍ରଧାନ, ଜୟନ୍ତ ପଟ୍ଟନାୟକ, ଆର୍ୟନ ବୋହିଦାର, ଐଶ୍ଵର୍ୟା ମହାପାତ୍ର, ଲିପ୍ସାରାଣୀ ଗୌର, ସମ୍ପଦା ମେହେର, ଶିବୁ ସେଠ୍, ନିଗମ୍ ପାତ୍ର, ଜ୍ୟୋତି, ସ୍ଵପ୍ନା, ତନୁଶ୍ରୀ ପ୍ରମୁଖ ନେତୃତ୍ୱ ନେଇଥିଲେ।
Recent Comments