ବଲାଣି/ବଡବିଲ/୧୪/୪/୨୬/(ଆଧାର ମିଡ଼ିଆ) କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣିଅଞ୍ଚଳ ବଲାଣି ଟାଉନସିପ ସ୍ଥିତ କଲ୍ୟାଣ ମଣ୍ଡପ ସମ୍ମୁଖରେ ସାମାଜିକ ହରିଜନ, ଆଦିବାସୀ ସଂଗଠନ "ବଲାଣି ସେବାସ୍ତମ୍ବ"ର ତତ୍ତ୍ଵାବଧାନରେ ଭାରତ ରତ୍ନ ବାବା ସାହେବ ଡ଼.ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ମଙ୍ଗଳବାର ଦିନ ସକାଳ ପ୍ରାୟ ୧୦ ଘଟିକାରେ ପାଳିତ ହୋଇଯାଇଛି l ଏହି ଅବସରରେ ବଲାଣି ଲୌହଖଣି ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ମଲ୍ଲା ଶ୍ରୀନିବାସୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ସର୍ବ ପ୍ରଥମେ ଦୀପ ପ୍ରତ ଜ୍ୱଳିତ୍ କରି ବାବା ସାହେବଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ ଲ
ଏହାପରେ ବଲାଣି ଲୌହ ଖଣିର ବିଭିନ୍ନ ବିଭାଗର ଅଧିକାରୀ,ବିଭିନ୍ନ ଅନୁଷ୍ଠାନର ସଦସ୍ୟ ତଥା ସେବାସ୍ତମ୍ଭର ମହିଳା ସଦସ୍ୟ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୁଖ୍ୟ ଅତିଥିଙ୍କ ଅଭିଭାଷଣରେ ବାବା ସାହେବଙ୍କ ଗୁଣାତ୍ମକ କିର୍ତ୍ତୀର ଚର୍ଚ୍ଚା ପ୍ରକାଶିତ ହୋଇଥିଲା।ଏହା ବ୍ୟତୀତ ଏହି ଅବସରରେ ଉପସ୍ଥିତ ବିଭିନ୍ନ ଅନୁଷ୍ଠାନ ଓ ସ୍ଥାନୀୟ ଲୋକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l
ଅପରାହ୍ନ ୭.୩୦ ଘଟିକା ସମୟରେ ବଲାଣି ସେବାସ୍ତମ୍ଭ ଅନୁକୁଲ୍ୟରେ ସ୍କୁଲର ଛାତ୍ର ଛାତ୍ରୀମାନଙ୍କର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ, ସଂଗୀତ ଓ ନାଟକର କାର୍ଯ୍ୟକ୍ରମର ଆୟୋଜନ ଅନୁଷ୍ଠିତ ହୋଇଥିଲା l ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥି ଦ୍ଵାରା ପୁରସ୍କୃତ କରାଯାଇଥିଲା l ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ ରେ ଶାହିଦ ଅଖତର ଓ ମହେଶ୍ୱର ମହାନନ୍ଦ ସହଯୋଗ କରିଥିଲେ l ବଲାଣି ସେବା ସ୍ତମ୍ବ ର ସଭାପତି ଶ୍ରୀ ନିଶାକର କରୁଆ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ସଫଳ କରିବା ପାଇଁ ସେବାସ୍ତମ୍ବ ର ଅମରଜିତ୍ ଶର୍ମା, ଏନ. କେ ପୂର୍ତ୍ତି, ସୁଶାନ୍ତ ନାୟକ, କେ.ସି ବେହେରା,ପ୍ରମୁଖ ଯୋଗ ଦେଇଥିଲେ l
Recent Comments