logo
add image
ଦିବ୍ୟଦର୍ଶନ ସଂଘର ସିଦ୍ଧିଦିବସ ପାଳନ।

ଦିବ୍ୟଦର୍ଶନ ସଂଘର ସିଦ୍ଧିଦିବସ ପାଳନ।

ରାୟଗଡା/ଗୁଣପୁର/୧୪/୦୪/୨୦୨୬/(ଆଧାର ମିଡ଼ିଆ)-ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଗୁଣପୁର ଶାଖା ଆନୁକୂଲ୍ୟରେ ଜ୍ଞାନମନ୍ଦିର ପରିସର ମଧ୍ୟରେ ସଦଗୁରୁ ଦେବଙ୍କ ୬୦ ତମ ପରମ ସିଦ୍ଧି ଦିବସ ମହା ସମାରୋହରେ ପାଳନ କରାଯାଇଥିଲା। ଉକ୍ତ ସତସଙ୍ଗରେ ବରିଷ୍ଟ ଗୁରୁ ଭାଇ ଶ୍ରୀ ଧନଞ୍ଜୟ ବେହେରା, ଶ୍ରୀ ସନ୍ତୋଷ ମହାପାତ୍ର ଏବଂ ସିମାଦ୍ରି ଗୌରୀଶଙ୍କର ଭାଇ ଯୋଗଦାନ କରି ସଦଗୁରୁ ଦେବଙ୍କ  ଉପଲବ୍ଧି କରିଥିବା ଆତ୍ମ ଜ୍ଞାନ ଉପରେ ଆଲୋକ ପାତ କରିଥିଲେ।
ସଦଗୁରୁ ଦେବ ହେଉଛନ୍ତି ଜନ୍ମସିଦ୍ଧ,ସ୍ବୟଂସିଦ୍ଧ,ପୂର୍ଣ୍ଣାଙ୍ଗ ବ୍ରହ୍ମ ଜ୍ଞାନ ପ୍ରାପ୍ତ କରିଥିବା ସିଦ୍ଧ ପୁରୁଷ ଅଟନ୍ତି।ସେ ବାଲ୍ୟ କଳରୁ ହିଁ ଚିନ୍ତା କରୁଥିଲେ କମ୍ ସମ୍ବଳରେ କମ୍ ସମୟ ମଧ୍ୟରେ ଜଗତ ବାସୀ କିପରି ଉପକୃତ ହୋଇପାରିବ। ସିଦ୍ଧିର ଅର୍ଥ ହେଉଛି ପରମ ଶାନ୍ତି ଲାଭ କରିବା। ଯାହାକୁ ଜାଣିଲେ ଆଉ କିଛି ଜାଣିବାର ନଥାଏ, ଯାହାକୁ ପାଇଲେ ଆଉ କିଛି ପାଇବାର ନଥାଏ, ତାହା ହିଁ ପରମ ସିଦ୍ଧି। ଜୀବନର ଲକ୍ଷ୍ୟ ପ୍ରାପ୍ତ ପାଇଁ ପ୍ରବଳ ଜିଜ୍ଞାସା ମନ ଭାବ ଉଦ୍ରେଗ ହେବା ଦରକାର। ମନୁଷ୍ୟ ଜୀବନରେ ସୁଖ,ଶାନ୍ତି ଆନନ୍ଦ ପ୍ରାପ୍ତ କରିବା ସଙ୍ଗେ ସଙ୍ଗେ ମୁକ୍ତି ଆଡ଼କୁ ଅଗ୍ରସର ହେବା ଉଚିତ।
ସଦ ଗୁରୁ ଦୀକ୍ଷା ଗ୍ରହଣ କରି ଆତ୍ମଜ୍ଞାନ ଶିକ୍ଷା କଲେ ହିଁ ସମସ୍ତ ରହସ୍ୟ ଜାଣି ପାରିବ।
ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ୨୯୬୭ ମସିହା ଏପ୍ରେଲ୍ ୨୪ ତାରିଖ, ପଣା ସଂକ୍ରାନ୍ତି ଦିନାନ୍ତ ସମୟରେ ପରମ ସିଦ୍ଧି ଲାଭକରି ଥିଲେ।ଉକ୍ତ ସତ୍ ସଙ୍ଗରେ ପ୍ରାୟ ୨୫୦ରୁ ଅଧିକ ଗୁରୁଭକ୍ତ ଯୋଗଦାନ କରି ଥିଲେ। ଏହି ସତ୍ ସଙ୍ଗରେ ସଭାପତି ଶ୍ରୀ ହରିହର ସ୍ୱାଇଁ, ବିଦୁର ପଣ୍ଡା, ପି ଗୋପାଲ୍ ରାଓ, ଯାଦବ ବେହେରା, ସନ୍ତୋଷ ବେହେରା, ତ୍ରିନାଥ ବେହେରା, ନାରାୟଣ ନାୟକ ତଥା ଅନ୍ୟାନ୍ୟ ଗୁରୁ ଭାଇ ଭଉଣୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Recent Comments

Leave Comments

Top