logo
add image
ଆମ୍ବେଦକର ଜୟନ୍ତୀ ଓ ବିଷୁବ ମିଳନ ଅନୁଷ୍ଠିତ । 

ଆମ୍ବେଦକର ଜୟନ୍ତୀ ଓ ବିଷୁବ ମିଳନ ଅନୁଷ୍ଠିତ । 

ଗୁଣପୁର/୧୪/୦୪/୨୦୨୬/(ଆଧାର ମିଡ଼ିଆ)-ଗୁଣପୁରସ୍ଥ ସୂଚନା କେନ୍ଦ୍ର ଓ ପାଠାଗାର ପରିସରରେ ଆମ୍ବେଦକର ଜୟନ୍ତୀ ଓ ମହା ବିଷୁବମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ପ୍ରଶାସନ ଓ କଳିଙ୍ଗ ସାହିତ୍ୟ ଘର ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ ମୁଖ୍ୟ ଅତିଥି, ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ, ଯୋହନ ବଡ଼ଭୂୟାଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସୂଚନା କେନ୍ଦ୍ରରେ ପ୍ରାୟ ତିନି ହଜାରରୁ ଅଧିକ ବହି ଗଚ୍ଛିତ ଥବାବେଳେ ସଭ୍ୟ ସଂଖ୍ୟା କମ ଥିବାରୁ ସଭ୍ୟ ସଭ୍ୟା ବୃଦ୍ଧି କରିବା, ପାଠକ ସୃଷ୍ଟି କରିବା, ପାଠଗରକୁ ଆସୁଥିବା ଖବର କାଗଜ ପ୍ରତି ଲୋକଙ୍କୁ ସଚେତନ କରିବା, ମୋବାଇଲ ଛାଡି ଓଡ଼ିଆ ସାହିତ୍ୟ ପ୍ରତି ରୁଚି ବଢାଇବା ନିମନ୍ତେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଆମ୍ବେଦକରଙ୍କ ପଢିବା ସମୟ ଯେପରି ଚଉଦ ଘଣ୍ଟାରୁ ଅଧିକ ଥିଲା ସେପରି ଆମେ ପଢିବା ସମୟ ମଧ୍ୟ ଧାର୍ଯ୍ୟ କରିବା,ହନୁମାନଙ୍କ ଜ୍ଞାନ ଓ ଧର୍ଯ୍ୟର ସୀମାକୁ ନିଜ ଭିତରେ ରଖିବା ବୋଲି ମୁଖ୍ୟ ଅତିଥି ଶ୍ରୀ ଦୁଧାଲ ମତବ୍ୟକ୍ତ କରିଥିଲେ । ଓଡ଼ିଆ ନବବର୍ଷ ବିଷୁବ ସଂକ୍ରାନ୍ତିର ଶୁଭ ଦିନରେ ସଭ୍ୟ ସଭ୍ୟା ବୃଦ୍ଧି ନିମନ୍ତେ ସମସ୍ତେ ଆଗଭର ହେବାକୁ ଅନୁରୋଧ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ସଭାପତିତ୍ୱ କରିଥିଲେ, ଅନନ୍ତ ପାତ୍ର ସଂଯୋଜନା କରିଥିବା ବେଳେ କଳିଙ୍ଗ ସାହିତ୍ୟ ଘର ସଭାପତି ସୁରେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଲିପ୍ସା କହଁର, ଅଭିଷେକ ଶତପଥୀ, ମନରେଗା ଲୋକପାଳ ଅକ୍ଷୟ ଶତପଥି, ବରିଷ୍ଠ ସାମ୍ୱାଦିକ ତ୍ରିନାଥ ଖଡଙ୍ଗା, ଦେବୀ ପ୍ରସାଦ ମିଶ୍ର, ଦୀପକ ପଣ୍ଡା, ସନ୍ତୋଷ ଗୁରୁ, ରାଜେଶ ପଣ୍ଡା, ବରିଷ୍ଠ ସାହିତ୍ୟିକ ପ୍ରତାପ ରାୟ, ପ୍ରଭାତ ଶତପଥୀ, ରମେଶ ମିଶ୍ର, ବେବିରାଣୀ ନନ୍ଦ, ସେବା ସମାଜ ସମ୍ପାଦିକା ରାଜେଶ୍ୱରୀ ଦଳାଇ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସୁସ୍ମିତା ବାଉରୀ ପ୍ରମୁଖ ଯୋଗ ଦେଇଥିଲେ । ସୋମନାଥ ଗମାଙ୍ଗ,ରବି କୁମ୍ଭାର ସହଯୋଗ କରିଥିଲେ ।

Recent Comments

Leave Comments

Top