ବୌଦ୍ଧ/୧୩/୦୪/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧଜିଲ୍ଲା ସଂଗ୍ରହାଳୟ ପରିସରରେ ସୋମବାର ଦିନ ଓଡିଆ ଭାଷା, ସାହିତ୍ୟ,ସଂସ୍କୃତି ବିଭାଗ,ବୌଦ୍ଧ ଶାଖା ପକ୍ଷରୁ ଓଡିଆପକ୍ଷ ଅବସରରେ ଆମରୁଚି ଆମଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଡେପୁଟି କଲେକ୍ଟର ଅଙ୍କିତା ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ କନ୍ଧମାଳ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ,ପଂଚାୟତ ସମିତି ବୌଦ୍ଧର ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ତଥା ହୀରାଞ୍ଚଳ ଖବର କାଗଜର ସମ୍ପାଦକ ଯୁଗଳ କିଶୋର ସାମଲ, ଜିଲ୍ଲା ମିଶନ୍ ଶକ୍ତି ଡି ପି ସି ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ | ଉକ୍ତ ଅବସରରେ ଅତିଥି ବୃନ୍ଦ ଆୟୋଜିତ ଆମ ଓଡିଆ ଘରର ପାରମ୍ପରିକ ଖାଦ୍ୟ ଷ୍ଟଲ ପରିଦର୍ଶନ କରିବାସହ ଖାଦ୍ୟର ମାନକୁ ବହୁତ ପ୍ରଶଂସା କରିଥିଲେ l
Recent Comments