logo
add image
 ଦୁଇମାସର ଶିଶୁରମୃତ୍ୟୁ ଅଭିଯୋଗ କଲେ ଗ୍ରାମବାସୀ ।

 ଦୁଇମାସର ଶିଶୁରମୃତ୍ୟୁ ଅଭିଯୋଗ କଲେ ଗ୍ରାମବାସୀ ।

କଲ୍ୟାଣସିଂହପୁର/୯/୬/୨୨/ (ଆଧାର ଓଡିଶା)  ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ମେଦିନି ପୁଟ ଗ୍ରାମରେ ସ୍ଵାସ୍ଥ୍ୟ ବିଭାଗ ତରଫରୁ ୦ ରୁ ୫ ବର୍ଷ ଶିଶୁ ମାନଙ୍କୁ ପ୍ରତ୍ୟେକ ମାସ ଭଳି ବୁଧବାର ଦିନ ଟୀକା ଦିଆଯାଇଛି। ସେହିପରି ଗତ କାଲି ମଧ୍ୟ ସବୁବେଳେ ପରି ଟୀକା ଦେବାର ୧୮ଘଣ୍ଟା ସମୟ ପରେ ଶିଶୁର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତ ବୁଧବାର ଦିନ ସ୍ଵାସ୍ଥ୍ୟ ବିଭାଗର ମହିଳା ସ୍ୱାସ୍ଥ୍ୟ କର୍ମୀ ଜ୍ୟୋତ୍ସ୍ନାରାଣୀ ସାହୁ, ଆଶା ରିତା କାଡ୍ରାକା,ଅଙ୍ଗନବାଡ଼ି କର୍ମୀ ସ୍ନେହଲତା ମହାରଣା, ପ୍ରମୁଖ ଉପସ୍ଥିତରହି  ୦ ରୁ ୫ ବର୍ଷର  ୨୨ ଜଣ ଶିଶୁମାନଙ୍କୁ  ଆଇ ପି ବି,ଓ ପି ବି,ପି ସି ବି, ଟୀକା ଦେବା ପରେ ପୋଲିଓ ବୁନ୍ଦା ଖାଇଥିଲେ । ସେଥିରୁ  କାଡ୍ରାକା ପୁଷ୍ପା ସ୍ୱାମୀ  ହେମନ୍ତ ଙ୍କ ଶିଶୁ କୁ ମଧ୍ୟ ଟୀକା ଦେଇଥିଲେ । ଟୀକା ଦେବାର ପ୍ରାୟ ୯ ଘଣ୍ଟା ସମୟ ପରେ ଶିଶୁକୁ ସାମାନ୍ୟ ଜ୍ୱର ହାଇଥିଲା । ରାତ୍ର ୧୦ ଘଣ୍ଟା ପରେ ଶିଶୁର ଦେହରେ ତାତି ବା ଜ୍ଵର କମିଥିଲା । ରାତ୍ର ୨ଟା ଓ ୩ ଟା ସମୟ ମା କ୍ଷୀର ପିଆଇଥିଲେ । ପୁଣି ୫ଟା ସମୟରେ ଶିଶୁକୁ ଉଠାଇ କ୍ଷୀର ପିଆଇବାକୁ ଦେଖିବା ବେଳକୁ  ଶିଶୁ ଆଉ ଉଠିନଥିଲା । ଯାହା ଫଳରେ ଶିଶୁର ମୃତ୍ୟୁ ହୋଇଥିବା ଜାଣି ପାରି ମା ପରିବାରକୁ ଶିଶୁ ମୃତ୍ୟୁ ହୋଇଛି ବୋଲି ଜଣାଇଥିଲେ । ଏହି ଖବର ଗ୍ରାମବାସୀ ଜାଣିବା ପରେ ଆଶା, ଅଙ୍ଗନବାଡି ଓ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଡକାଇ ପଚାର ଉଚର କରିଥିଲେ । ଦୁଇ ବର୍ଷର ଶିଶୁ କୁ ଯେତିକି  ଟୀକା ଦିଆଯାଇଛି ସେତିକି ଟୀକା ତିନି ବର୍ଷର ଶିଶୁକୁ ମଧ୍ୟ ସେତିକି ଟୀକା କେମିତି ଦେଲ ।ଯାହାଫଳରେ ଶିଶୁର ମୃତ୍ୟୁ ହୋଇଗଲା ।ସେମିତି ଅନ୍ୟ କିଛି ଶିଶୁକୁ ମଧ୍ୟ ଝାଡା ହେଉଥିବା ଅଭିଯୋଗ କରିଥିଲେ । ଏହିଖବର ପାଇ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଚିନ୍ମୟି ଲିମା,ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀ ,ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା  ପ୍ରେମଲତା ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ଏବିଷୟରେ ଡାକ୍ତର ଚିନ୍ମୟ ଲିମାଙ୍କୁ ପଚାରିବାରୁ ସେ କହିଲେ ଟୀକା ଦ୍ୱାରା ଶିଶୁର ମୃତ୍ୟୁ ହୋଇନାହିଁ । ସରକାରଙ୍କ ନୀୟମ ଅନୁଯାୟୀ ଟୀକା ଦିଆଯାଇଛି । ଶିଶୁର ଓଜନ କମ ଥିଲା । ଏହାର ତଦନ୍ତ ଚାଲିଛି । ଉକ୍ତ (ଟୀକା ) ଭେକସିନକୁ ପରୀକ୍ଷାଗାରକୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ।ଡାକ୍ତର ଲିମାଙ୍କ ତଦନ୍ତ ପରେ ଶିଶୁକୁ ରୀତିନୀତି ଅନୁସାରେ ସତ୍କାର କରିଥିଲେ।     (ରିପୋର୍ଟ-ପ୍ରଶାନ୍ତ କୁମାର ନାହାକ କଲ୍ୟାଣ ସିଂହପୁର)
                           

Recent Comments

Leave Comments

Top