logo
add image
 ଯୁବ ସମାଜସେବୀ ଧନଞ୍ଜୟଙ୍କ ମହତ୍ ପ୍ରୟାସ

 ଯୁବ ସମାଜସେବୀ ଧନଞ୍ଜୟଙ୍କ ମହତ୍ ପ୍ରୟାସ

ସୁବର୍ଣପୁର/୧୦/୦୬/୨୨/ (ଆଧାର ନ୍ୟୁଜ) କୁହାଯାଏ ରକ୍ତ ଦାନ ମହତ୍ ଦାନ , ସବୁ ଦାନରୁ ମହାନ୍ ଏ ଦାନକୁ ଯିଏ ବୁଝୁ ବା ନବୁଝୁ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଘମୁଣ୍ଡିଆପାଲିର ଗ୍ରାମର ଯୁବକ ମାନେ ବୁଝିଛନ୍ତି ଏ କଥା , ଆଜି ଏ ଗ୍ରାମର ଯୁବସମାଜ ସେବୀ ଧନଞ୍ଜୟ ଭୋଇଙ୍କ ଜନ୍ମ୍ ଦିନରେ ଆୟୋଜିତ ହୋଇଚି ଏକ ରକ୍ତଦାନ ଶିବିର. ଗ୍ରାମର ୧୯ଜଣ ଯୁବକ ରକ୍ତଦାନକରି ମହତ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି । ଯେମିତି ଜିଲ୍ଲାର କେହି ରୋଗୀ ରକ୍ତର ଅଭାବରେ ନ ମରିବେ ଓ ଯୁବ ରକ୍ତଦାତା ରକ୍ତଦାନ ସକାଶେ ଆଗକୁ ଆସିବେ ସେ ଉଦ୍ଦେଶ୍ୟରେ ଏ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ବୋଲି ଜିଲ୍ଲା ରକ୍ତଦାତା ସେବା ସଂଘର ସଭାପତି ମନୋଜ ପଣ୍ଡା କହିଛନ୍ତି । ଏହି ରକ୍ତଦାନ ଶିବିରରେ ଜିଲ୍ଲା ରକ୍ତ କେନ୍ଦ୍ରର ଡାକ୍ତର ବିଶ୍ୱନାଥ ରଥ, ଜଗତ ଦରୁଅନ ,ସୁବାସ ଚନ୍ଦ୍ର ପଣ୍ଡା ଓ ୟୁଦିଷ୍ଟିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଗ୍ରାମର ମୁକେଶ ପାତ୍ର, ମାନସ ବଡ଼ପଣ୍ଡା, ପ୍ରକାଶ ସାହୁ, ବିଶ୍ଵାମିତ୍ର ଭୋଇ, ସୁଶାନ୍ତ ସାହୁ, ଗଣେଶ ସେଠୀ, କାଲିଆ ସେଠୀ, ବିମଳ ପ୍ରଧାନ,ସାରଥୀ ସେଠୀ, ଦୀନବନ୍ଧୁ ମେହେର, ଅର୍ଜୁନ ସାହୁ,ସର୍ଜିତ୍ ସେଠୀ, ବିକ୍ରମ ପ୍ରଧାନ, ଶାନ୍ତନୁ ସାହୁ, ରଞ୍ଜିତ ଅଜିତ ସାହୁ, ଉମାକାନ୍ତ ପାଣ୍ଡେ , କିଶୋର ପ୍ରଧାନ ,ରାଜେଶ୍ ସେଠୀ ପ୍ରମୁଖ ରକ୍ତଦାନ ଶିବିରରେ ରକ୍ତ ଦାନ କରି ଥିଲେ । ଶେଷ ରେ ଜିଲ୍ଲା ରକ୍ତଦାତା ସଂଘର ସଭାପତି ମନୋଜ ପଣ୍ଡା ସମସ୍ତ୍ ରକ୍ତ ଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।     ( ରିପୋର୍ଟ-ଯୁଧିଷ୍ଠିର ସାହୁ)  
                                            

Recent Comments

Leave Comments

Top