logo
add image
କଲ୍ୟାଣସିଙ୍ଘପୁର ବ୍ଲକରେ ଏଗାର ଡାଇରିଆ ଆକ୍ରାନ୍ତ ଚିହ୍ନଟ ଲୋକେ ଆତଙ୍କିତ

କଲ୍ୟାଣସିଙ୍ଘପୁର ବ୍ଲକରେ ଏଗାର ଡାଇରିଆ ଆକ୍ରାନ୍ତ ଚିହ୍ନଟ ଲୋକେ ଆତଙ୍କିତ

କଲ୍ୟାଣସିହପୁର/ରାୟଗଡା/୨୯/୦୭/୨୨/ (ଆଧାର ନ୍ୟୁଜ) ଡାଇରିଆ ଝାଡ଼ାବାନ୍ତି ରୋଗ ଏବେ କାଶୀପୁରରୁ ପାଖ ବ୍ଲକ କଲ୍ୟାଣସିଙ୍ଘପୁର ବ୍ଲକକୁ ବ୍ୟାପିଛି। ଧୀରେ ଧୀରେ କାୟା ମେଳାଇବାରେ ଲାଗିଛି କଲେରା କାଶିପୁରରେ ଏବେ ସୁଦ୍ଧା ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ଏହି ବ୍ଲକକୁ ଲାଗି ରହିଥିବା ବ୍ଲକ କଲ୍ୟାଣସିଙ୍ଘପୁରରୁ ପ୍ରାୟ ଏଗାରଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଡାକ୍ତର ସତ୍ୟଜିତ ବେହେରା କହିଛନ୍ତି। ତନ୍ମଧ୍ୟରୁ ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଓ ଅନ୍ୟଜଣେ ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉଭୟ ବ୍ଲକ ନିକଟ ରେ ରହିଛି ପ୍ରଥମେ ଉପର ମୁଣ୍ଡରେ କାଶୀପୁର ରେ ବ୍ୟାପିବା ପରେ ତଳ ମୁଣ୍ଡର ଗାଁ ଗୁଡିକ ତାପରେ ସୀମାନ୍ତ ଗୋଡିବାଲି ପଞ୍ଚାୟତ ପୁଶୁଘାଟିକୁ ବ୍ୟାପିଲା । ପ୍ରଥମେ ୨୨/୦୭ ତାରିଖ ଦିନ ପୁସୁଘାଟିର ସାବିତ୍ରୀ ମାଝୀ ଚିହ୍ନଟ ହେଇଥିଲା ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ପଠେଇ ଦିଆଯାଇଛି ଓ ତାପରେ ଶ୍ରଦ୍ଧାନନ୍ଦ ନାଚିକା କଲ୍ୟାଣସିଙ୍ଘପୁର ବ୍ଲକର ପ୍ରଥମ ରୋଗୀ ଚିହ୍ନଟ ହେଇଛି ତାକୁ କଲ୍ୟାଣସିଙ୍ଘପୁର ଡାକ୍ତର ଖାନାକୁ ପଠାଇ ଦିଆଯାଇଛି । ସେହିଭଳି ଗୁରୁତୁଳୀର କରାକା ମୁତୁଳି ୫୧ ମହିଳା, ସଦାନନ୍ଦ ନାଚିକା ୧୫ ପୁରୁଷ, କରାକା କିସନା ୧୫ ପୁରୁଷ, ସନମ ନାୟକ ୩୮ ପୁରୁଷ, ଜମୁନାଥ ନାୟକ  ୫୧ ପୁରୁଷ, ଲଷ୍ମୀନଗରର ଜଣେ କାଲଟିଆ ବିଶ୍ୱନାଥ ୫୧ ପୁରୁଷ, ନମିତା କାର୍ଲିଆ ୫ ମହିଳା, ସିକରପାଇର ଝଡ଼ିଆ ସାହିର କୈଳାଶ ସେନାପତି ୧୮ ପୁରୁଷ ଓ ତ୍ରିନାଥ ଲେଙ୍ଗେରୀ ୨୨ ପୁରୁଷ ସିକରପାଇ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ୨ଟି ସ୍ୱତନ୍ତ୍ର ଟିମ ଅଞ୍ଚଳରେ ଚିକିତ୍ସା ସହ ଗ୍ରାମେ ଗ୍ରାମେ ସଚେତନ ଗ୍ଲୋରିନେସନ କାମ ଚଳାଇ ଛନ୍ତି ବୋଲି ଡାକ୍ତର ଶ୍ରୀ ବେହେରା କହିଛନ୍ତି। ଆଗରୁ ମାତ୍ର ୮ ଟି ଶଯ୍ୟା ରହିଥିଲା ବର୍ତମାନ ସି ଡି ଏମ ଓ ଙ୍କୁ ଜଣାଇବା ପରେ ଆଉ ୧୦ ଗୋଟି ଶଯ୍ୟା ଆସିଛି. ପର୍ଯ୍ୟାପ୍ତ ଚିକିତ୍ସା ସାମଗ୍ରୀ ଆସିଛି ତେଣୁ ପରିସ୍ଥିତି ଆୟତରେ ରହିଛି ଲୋକ ସଚେତନ ହେଇ ସ୍ୱାସ୍ଥ୍ୟ କର୍ମୀଙ୍କ ଉପଦେଶ ମାନିଲେ ବିପଦକୁ ମୁକାବିଲା କରିହେବ ବୋଲି କହିଛନ୍ତି। ଆଉ ଲୋକଙ୍କୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି କି? ଟିକେ ସତର୍କ ରହିଲେ ବିପଦକୁ ଏଡାଇ ଯାଇ ନିଜର ଧନ ଜୀବନ ରାକ୍ଷା ହେଇପାରିବ ବୋଲି କହିଛନ୍ତି।  

Recent Comments

Leave Comments

Top