logo
add image
 ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପଲସଦା ଆୟୁର୍ବେଦ ଚିକିତ୍ସା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

 ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପଲସଦା ଆୟୁର୍ବେଦ ଚିକିତ୍ସା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାଇକମାଳ/ବରଗଡ/୩୧ /୦୭ /୨୨/(ଆଧାର ନିୟୁଜ) ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମର ଥିବା ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ ଡା ମନୋରଞ୍ଜନ ଦେବତାଙ୍କୁ ଆଜି ଚାକିରୀରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା. ଇ ଡାକ୍ତର ଦେବତା ପବିତ୍ର ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହ ଆୟୁର୍ବେଦ କେନ୍ଦ୍ର ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ,ନୃସିଂହ ନାଥର ପ୍ରଥମ ବ୍ୟାଚର ଜଣେ ଆଦର୍ଶ ମେଧାବୀ ଆୟୁର୍ବେଦ ବିଜ୍ଞାନ ଛାତ୍ର ଭାବରେ କୃତିତ୍ଵ ସହକାରେ ବି-ଏ-ଏମ-ଏସ ଡିଗ୍ରୀ ଲାଭକରି ୧୯୯୮ ଏପ୍ରିଲ ମାସରେ ଓଡିଶା ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତି ପାଇଥିଲେ,ନିଷ୍ଠା ଓ ସହୃଦୟତାର ସହିତ କାର୍ଯ୍ୟ  ସମ୍ପାଦନ କରି ପ୍ରଶଂସାର ପାତ୍ର ହୋଇଥିଲେ. ୨୦୦୩  ରୁ ୨୦୦୮ ଓ ୨୦୧୭  ରୁ ୩୧ -୦୭ -୨୦୨୨ ଦୀର୍ଘ ଦଶବର୍ଷ ତଥା ଦୁଇ ଥର ଆଦର୍ଶ ସେବା ମନୋଭାବ ନେଇ ଅଗଣିତ ରୋଗୀଙ୍କ ଚିକିତ୍ସାକରି ଜଣେ ଭଲ ଚିକିତ୍ସକର ପ୍ରତିଷ୍ଠା ଅର୍ଜନ କରିଥିଲେ। ଶ୍ରୀ ଯୁକ୍ତ  ପିତାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଜିଲ୍ଲା ଆଯୂଷ ଚିକିତ୍ସା ଅଧିକାରୀ ଶ୍ରୀ ଯୁକ୍ତ ଡ଼ୋଲାମଣୀ ପୁରୋହିତଙ୍କ ସଭାପତିତ୍ୱରେ   ବିଦାୟକାଳୀନ ସଭା ଆରମ୍ଭ ହୋଇଥିଲା, ମଞ୍ଚାସୀନ  ଡ ଡ଼ୋଲାମଣୀ ପୁରୋହିତ,ଡ ମନୋରଞ୍ଜନ ଦେବତା,ଡ ହର୍ସ ପାଣିଗ୍ରାହୀ (ବର୍ତ୍ତମାନ ଚାର୍ଜ ନେଇଛନ୍ତି) ପିତାମ୍ବର ସାହୁ ଓ ମହେନ୍ଦ୍ର ସାହୁ। ଉକ୍ତ ସଭାରେ ପଲସଦାର ଗ୍ରାମ କମିଟି ପଲସଦା ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ଡ ମନୋରଞ୍ଜନ ଦେବତାଙ୍କୁ ଜିଲ୍ଲା ଅଧିକାରୀ ଡ ଡ଼ୋଲାମଣୀ ପୁରୋହିତ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇଥିଲେ,ପଲସଦା ର ଗ୍ରାମବାସୀ ବୃନ୍ଦ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରିଥିଲେ। ବିଶ୍ଵନାଥ ରଣା,ଟେକରାଜ ପଟେଲ,ଲଲିତ ପଟେଲ,ଫକୀର ପାଣିଗ୍ରାହୀ ପ୍ରମୁଖ ଅଭିଭାଷଣ ଦେଇଥିଲେ। ମଞ୍ଚାସୀନ ଅଧିକାରୀ ଓ ଉପସ୍ଥିତ ଜନସାଧାରଣ ଉତ୍ତମ ସେବା ଚିକିତ୍ସା ପାଇଁ ଶ୍ରୀ ଯୁକ୍ତ ଡ ଦେବତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ, ଶେଷରେ ପିତାମ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।                                   (ରିପୋର୍ଟ-ବିଦ୍ୟାଧର ସାହୁ)  

Recent Comments

Leave Comments

Top