କଲ୍ୟାଣସିହପୁର/ରାୟଗଡା/୦୧/୦୮/୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଓ ବୁଡ଼ାଗୁଡା ଅଞ୍ଚଳରେ ହୋଇଥିବା ଡାଇରିଆ ଗାଁକୁ ଏଡିଏମ ଡାକ୍ତର ବି ଏଲ ଏମ୍ ରାଜୁ ଗସ୍ତ କରିଥିଲେ ।ଏଡିଏମ ବୁଡ଼ାଗୁଡା ପଞ୍ଚାୟତର ଗୁରୁତୁଲୀ,କୁମ୍ଭାର ଗୁରୁତୁଲୀ ଓ ସିକରପାଇର କୃଷ୍ଣ ନଗର ଗାଁରେ ପହଞ୍ଚି ସ୍ଥିତି ପରଖିବା ପରେ ଲୋକଙ୍କୁ ସଚେତନତା କରିଥିଲେ । ସମସ୍ତ ନଳକୂପ ଓ ନାଳ ଗୁଡିକରେ ବ୍ଲଚିଙ୍ଗ ପକାଇବାକୁ କହିଥିଲେ।ସଜାଗ ରହିବା ସହ କୌଣସି ପରିସ୍ଥିତି ଉପୁଜିଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ପରାମର୍ଶ ଦେଇଥିଲେ ।ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ଡାଇରିଆ ରୋଗୀଙ୍କୁ ସାକ୍ଷାତ କରିଥିଲେ ।ଏଥିରେ ଆଶା, ଅଙ୍ଗନବାଡି କର୍ମୀ, ନର୍ସ ଓ ଡାକ୍ତରଙ୍କୁ ଗ୍ରାମରେ ସଚେତନତା କରିବା ପାଇଁ କହିଥିଲେ ।ଏହି ସମୟରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀ, ବିପିଏମ କୈଳାସ ନାୟକ, ଡାକ୍ତର ସତ୍ୟଜିତ ବେହେରା ,ସମିତି ଅଧକ୍ଷା ଡମ୍ବୁରୁ କଞ୍ଜ।କା,ବୁଡ଼ାଗୁଡା ସରପଞ୍ଚ ଶ୍ରୀରାମ କାଡ୍ରାକା ପ୍ରମୁଖ ଉପସ୍ଥିତ ରହିଥିଲେ । ଗୁରୁତୁଲୀ ଗାଁର ଦଳିତ ସାହିର ଗଦା ହିଆଲ(୫୫) ଆଜି ଡାଇରିଆ ରେ ଆକ୍ରାନ୍ତ ହୋଇ ଗୁରୁତର ହେବା ଯୋଗୁଁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଜଣାପଡିଛି । ସେହି ପରି ଗୁରୁତୁଲୀ ଗ୍ରାମର ଦୋରା ନାଚିକା ବୟସ ୭୦ ଙ୍କ ମୃତ୍ୟୁ ହେଇଥିବା ଉପାଧ୍ୟକ୍ଷ ଡମ୍ବୁରୁ କଞ୍ଜକା କହିଛନ୍ତି। ଏହାକୁ ମିଶାଇ ୨୧ଜଣ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏବିଷୟରେ ଏଡିଏମଙ୍କୁ ପଚାରିବାରୁ ସେ କହିଲେ ଡାକ୍ତର ମାନଙ୍କୁ ସତର୍କତା ଅବଲମ୍ବନ କରିବା ସହ ଗ୍ରୁରୁତୁଳୀରେ ଦୁଇଦିନ ପାଇଁ ଅସ୍ଥାୟୀ କ୍ୟାମ୍ପ କରି ଲୋକଙ୍କୁ ସଚେତନତା କରାଯିବ ବୋଲି କହିଛନ୍ତି ।
Recent Comments