କୋଇଡା/ସୁନ୍ଦରଗଡ/୨୪/୦୮/୨୦୨୨/ (ଆଧାର ନ୍ୟୁଜ) କୋଇଡା ମୁଖ୍ୟଛକ ପାଖରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି , ସୂଚନାରୁ ପ୍ରକାଶ ଜେ ଗତ ୨୨ ତାରିଖ ସନ୍ଧ୍ୟାରେ ଦେବାଶିଷ ସାମଲ, ପିଣ୍ଟୁ (୩୫ ) ନିଜ ମୋଟରସାଇକେଲ ଯୋଗେ ବସ ଷ୍ଟାଣ୍ଡରୁ ଘରକୁ ଫେରିବା ବାଟରେ ରାସ୍ତାମଝିରେ ଥିବା ଖାଲରେ ଦୃଘଟଣା ଗ୍ରସ୍ତ ହୋଇଥିଲେ l ଦୃଘଟଣାଟି ଏତେ ଜୋର ହୋଇଥିଲାଜେ ଘଟଣା ସ୍ଥଳରେ ଚେତାଶୂନ୍ୟ ହେଇଯାଇଥିଲେ l ବହୁ ଡେରିପର୍ଯ୍ୟନ୍ତ ହୋସ ନଆସିବାରୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସାକରି କଟକ ସ୍ଥାନାନ୍ତର କରିଥିଲେ l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୁର୍ତ୍ୟୁ ହୋଇଯାଇଛି l ହେଲେ ଏଠି ପ୍ରଶ୍ନଉଠୁଛି କୋଇଡା ବ୍ଲକ ଅଫିସରୁ ମାତ୍ର ୫୦୦ ମିଟର ଦୂରରେ ଏମିତି ଖାଲ ଖମା ରାସ୍ତା ପ୍ରଶାସନିକ ଅଧିକାରୀ ମାନଙ୍କୁ କାହିଁକି ଦେଖା ଯାଉନି l ଅତି ନିମ୍ନ ମାନର କାମ ହେଉଥିବା ସମୟରେ ଅଧିକାରୀ ମାନେ ନିରବ କାହିଁକି l ଏହିପରି କେତେ ନିରୀହ ଜୀବନ ଗଲାପାରେ ସରକାରୀ ବାବୁଙ୍କ ଚେତା ଫେରିବ ତାହା ଦେଖିବା ବାକିରହିଲା l ଏପ୍ରକାର ଏକ ଅଘଟଣକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି . (ରିପୋର୍ଟ-ସଂଗ୍ରାମ ନାୟକ)
Recent Comments