logo
add image
 ସେର୍କାପାଢୀ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟିସପ୍ତାହ ପାଳିତ  ।

 ସେର୍କାପାଢୀ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟିସପ୍ତାହ ପାଳିତ  ।

ମୁନିଗୁଡ଼ା/୧୦ /୦୯/୨୨/ (ଆଧାର ନ୍ୟୁଜ) ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଶିବପଦର ଗ୍ରାମ ପଞ୍ଚାୟତର ଶେର୍କାପାଢ଼ୀ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରଠାରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଶ୍ରିମତି ଶୁକାନ୍ତି ମଲ୍ଲିକ ନେତୃତ୍ୱରେ ଗ୍ରାମର ମହିଳା ପ୍ରଶୁତି ଓ ଗର୍ଭବତି ମା ମାନଙ୍କୁ ନେଇ ପୁଷ୍ଟିସପ୍ତାହ ପାଳନ କରାଯାଇଛି ।ଏଥିସହିତ ଗ୍ରାମର ଗର୍ଭବତି ମା ମାନଙ୍କୁ ୭ ମାସରୁ ୩ ବର୍ଷ ଓ ୩  ରୁ ୬ ବର୍ଷ ପ୍ରିସ୍କୁଲର ଶିଶୁର ମା ମାନେ ଏବଂ ଗ୍ରାମର ସମସ୍ତ ମହିଳା ଓ ଏସେ ଜି ଗୃପର ମା ମାନଙ୍କୁ ନେଇ ପୁଷ୍ଟି ସପ୍ତାହ ପାଳନ କରାଯାଇଛି। ଏହି ପାଳନ ଅବସରରେ ଶିବପଦର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଶୀ ପ୍ରକାଶ କରସିକା ଯୋଗଦେଇ ଚାଷ ହେଉଥିବା ବିଭିନ୍ନ ପ୍ରକାର ସବୁଜ ଜାତୀୟ ପନିପରିବା ଯଥା- ବୈତାଲୁ, ଶାଗ, ମୁନିଗାଶାଗ, ଭାଜି ଶାଗପରି ଏବଂ  ପୃଷ୍ଟିଜାତୀୟ ଫଳ ଯଥା- କଞ୍ଚା ଅମୃତଭଣ୍ଡା,କଞ୍ଚା କଦଳୀ,ପଣସ,ମୂଳା, ପୋଟଳ,ଶିମ୍ବ, କାଙ୍କଡ଼, ଜହ୍ନି, ବାଇଗଣ, ସାରୁ, ଲେମ୍ବୁ, ଟମାଟୋ, କନ୍ଦମୂଳ, ଝୁଣୁଙ୍ଗ, କଟିଙ୍ଗ ଭେଣ୍ଡି, ଭଳି ଅନେକ ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ ବୁଟଡାଲି,ହରିଡ ଡାଲି, ମୁଗଡାଲି, ଗଜାମୁଗ କୋଳଥ, ବିରି, ମାଣ୍ଡିଆ ଜାଉ, ଛତୁଆ, ସୁଜି, ଅଣ୍ଡା‌, ଶୋୟାଭିମ୍ ବଢୀ, ଚିନାବାଦାମ,ଲଡୁ ଚୁଡାଲଡୁ ବେସନରେ ପ୍ରସ୍ତୁତ ଲଡ଼ୁଭଳି ବିଭିନ୍ନ ଏହି ସବୁ ଖାଦ୍ୟ ଗୁଡିକ ମା ମାନେ ଖାଇଲେ ସ୍ୱାସ୍ଥ୍ୟ  ପ୍ରତି ବା ନିଜ ଦେହପ୍ରତି କିଭଳି ଉନ୍ନତିହେବ ବୋଲି । ସରପଞ୍ଚ ପ୍ରକାଶ କରସିକା ଗ୍ରାମରେ ଉପସ୍ଥିତ ମା ମାନଙ୍କୁ ଏହି ସବୁକୁନେଇ ପୁଷ୍ଟି କର ଖାଦ୍ୟଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଏହି ଅବସରରେ ଖମ୍ବେସୀ ଗ୍ରାମର ଖମ୍ବେସି ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଜୈତୀ ପୂଜାରୀ ଓ O,L,M, ର ପାଣିମିତ୍ର ଶ୍ରି ବିନୋଦ ମଲ୍ଲିକ। ଉପସ୍ଥିତ ରହି ସହଯୋଗ କରିଥିଲେ।      (ମୁନିଗୁଡ଼ାରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ )
                                      

Recent Comments

Leave Comments

Top