logo
add image
ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଉଦଘାଟିତ-ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଲୋକଙ୍କୁ ସେବା ଯୋଗାଇବ 

ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଉଦଘାଟିତ-ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଲୋକଙ୍କୁ ସେବା ଯୋଗାଇବ 

ବିନିକା/୨୨/୧୦/୨୨/ (ଆଧାର ନ୍ୟୁଜ) ଆଜି ଦିନ ୧୧ଘଣ୍ଟା ସମୟରେ ବିନିକା ସହର ବିନିକା ବଷଷ୍ଟାନ ସମ୍ମୁଖ ଲକ୍ଷ୍ମୀ ମେଡ଼ିକାଲ୍ସ ପରିସରରେ ଅଭିଜିତ ପୂଜାହାରୀ ରାଜ୍ୟ ସ୍ତରିୟ ସୃତିକମିଟି ସଭାପତି ପ୍ରୀୟରଞ୍ଜନ ହୋତାଙ୍କ ତତ୍ୱାବଧାନରେ ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଉଦଘାଟିତ ହୋଇଯାଇଛି .ଏହାକୁ ବିନିକା ନଗର ପାଳ ସୁବାଷଚନ୍ଦ୍ର ଭୋଇ ଓ ବିନିକା ବ୍ଳକ ପୁର୍ବତନ ବ୍ଳକଅଧ୍ୟକ୍ଷ ଅଶୋକ କୁମାର ନନ୍ଦ ଅତିଥି ଭାବରେ ଯୋଗଦେଇ ଫିତାକାଟି ଅନୁଶାଙ୍ଗିକ ଭାବରେ ଉଦଘାଟନ କରିଥିଲେ. ପରେ ଯୁବ ଅଭିନେତା କଳାକ‌ର ,ସଂଙ୍ଗୀତଜ୍ଞ ,ବାଦ୍ୟକାର ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ଅଭିଜିତ ପୂଜାହାରୀଙ୍କ ଫଟୋଚୀତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ନାରିକେଲ ବାଡ଼େଇ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ. ଅଭିଜିତ ପୂଜାହାରୀ ରାଜ୍ୟ ସୃତିକମିଟି,ବିନିକା ଅନୁରୋଧ ରକ୍ଷାକରି ବିନିକା ମାଟିର  ସୁଯୋଗ୍ୟ ସନ୍ତାନ ପ୍ରସିଦ୍ଧ ଭିମସର ବୁଲ୍ଲା ସ୍ତ୍ରୀ ଓ ପ୍ରଶୃତି ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ, ବିନିକା ଅଞ୍ଚଳର ଅନେକ ମହିଳା ବିନା ମୂଲ୍ୟରେ ସେବା ଯୋଗାଇ ଦେଇଛନ୍ତି. ଏହାସହ ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ୧୧ଘଣ୍ଟା ସମୟରୁ ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ପ୍ରଫେସର ଡ଼ା ପାଣ୍ଡେ ଉପସ୍ତିତ ରହି ମହିଳା ମାନଙ୍କୁ ସେବା ଯୋଗାଇବାକୁ ପ୍ରତିସୃତି ଦେଇଛନ୍ତି.ଏହାସହ ଦିର୍ଘ ୯ ବର୍ଷରୁ ଉର୍ଦ୍ଧହେବ ବିନିକା ବ୍ଳକ ମହାଦେବପାଲି ପଞ୍ଚାୟତ ତାଙ୍କ ନିଜ ବାସଭବନରେ ସଂସାମୁରା ମାଗଣା ସେବା ଯୋଗାଇ ଆସୁଛନ୍ତି . ବିନିକା ଅଞ୍ଚଳରେ ମାଗଣା‌ରେ ସ୍ୱାସ୍ଥ୍ୟ ସେବା ପାଇବାଥିବାରୁ ଅଞ୍ଚଳରେ ଖୁସିର ଲହରି ଖେଳିବା ସହ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା‌ କରିଥିଲେ.ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟନାରାୟଣ ସାହୁ ,ଦିଲ୍ଲିପ ସୁବୁଦ୍ଧି, ଅଶ୍ବିନି ସୁବୁଦ୍ଧି ,ବିନୋଦ ବିହାରି ନାଏକ,ଗଜେନ୍ଦ୍ର ମିଶ୍ର,ଗରିବ ସାଲମା, ପ୍ରତାପ ଚନ୍ଦ, ମନୋଜ ସାହୁ,ଅନ୍ତରାମ ଷାଣ୍ଢ ,ଧୁବଲେ ନାଏକ ,ମଧୁଦୁଦନ ଖେତି,ଶ୍ରୀକାନ୍ତ ସାହୁ,କାହ୍ନୁ କର୍ଣ୍ଣ, ଭକ୍ତବନ୍ଦୁ ଦାସ,ଭଜନ ନାଏକ, ଦିପାନ୍ମିତା ମାହାଣା, ସୁବର୍ଣ୍ଣ ପଣ୍ଡା, ହରସିତ ପତି,ଗୋବିନ୍ଦ ମହାଣା,ଗର୍ନ୍ଧବ ମାହାର ,ଦିଲ୍ଲିପ କୁମାର ସାହୁ, ସୂର୍ଯ୍ୟ ସାହୁ,ଅଶୋକ ପାଣ୍ଡେ, ଓମ ପ୍ରକାଶ ଅଗ୍ରୱାଲ ,ଅର୍ଜ୍ଜନ ସାହୁ, ବିକଳ ମଲ୍ଲିକ, ସୃତି କମିଟି ଉପସଭାପତି ସମ୍ବିତ ନେପାକ ,କୋଷାଧକ୍ଷ ଅର୍ଚ୍ଚନା ପୂଜାହାରୀ ,ସିତାରାମ ଦାଶ, ଚୈତନ ବେ‌ହେରା,ବିରବଳ ପୁରୋହିତ, ସମେତ ଅଭିଜିତ ପୂଜାହାରୀ ରାଜ୍ୟସ୍ତରିୟ ସୃତିକମିଟି ସଦସ୍ୟ ସଦସ୍ୟା ଥତା ବିନିକା ଅଞ୍ଚଳର ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ତିଥିଲେ . 
                                                     

Recent Comments

Leave Comments

Top