ବୌଦ୍ଧ ତା ୧୧/୧୧/୨୦୨୨ ବୌଦ୍ଧ ଜିଲ୍ଲା ହରଭଙ୍ଗ। ବ୍ଲକ ବଘିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲା ଶିକ୍ଷାବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଅନୁକୂଲ୍ୟରେ ଶୁକ୍ରବାର ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରଟି ଜିଲ୍ଲା ଶିକ୍ଷା ବିଭାଗର ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରିଶଙ୍କର ଦଣ୍ଡସେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ଚକ୍ଷୁ ବିଶେଷଜ୍ଞ ଡ଼ା ବଲ୍ଲଭଚନ୍ଦ୍ର ପ୍ରଧାନ ତଥା ଚକ୍ଷୁ ସହାୟକ ସନ୍ତୋଷ କୁମାର ବରାଡ଼ ଓ ବିଜୟକାନ୍ତ ମହାପାତ୍ର ପିଲାଙ୍କ ଚକ୍ଷୁ ପରୀକ୍ଷା କରିଥିଲେ l ଏଥିରେ ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।ଏବଂ ୨୫୭ ଜଣ ଛ।ତ୍ରଛ।ତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ତନ୍ମଧ୍ୟରୁ ୫୪ଜଣ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ଆବଶ୍ୟକ ଚଷମା ପ୍ରଦାନ କରାଯିବା ସହ ୪ଜଣଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଅନ୍ୟ ମେଡ଼ିକାଲକୁ ରେଫର କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଠିକ ସେହିପରି ଅନୁରୂପ ଭାବେ ଆଜିର ଦିନରେ କଣ୍ଟାମାଳ ବ୍ଲକର ଘଣ୍ଟାପଡା ହାଇସ୍କୁଲଠାରେ ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ସେଥିରେ ୨୮୨ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି l ଉକ୍ତ ଶିବିରଟିକୁ କଣ୍ଟାମାଳ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଦୁର୍ଗା ଚରଣ ପ୍ରଧାନ ଉଦଘାତନ କରିଥିବାବେଳେ ପଣ୍ଡାପାଳି ସୁବର୍ଣ୍ଣପୁରର ଦୁଇଜଣ ଚକ୍ଷୁ ସହାୟକ ଆସି ପିଲାମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ l
Recent Comments