ସୁବର୍ଣ୍ଣପୁର/୧୯/୧୧/୨୦୨୨/ (ଆଧାର ୟୁଜ) ଗତକାଲି ସୋନପୁର ସ୍ଥିତ ଶ୍ରୀ ସତ୍ୟସାଇ ସେବାସମିତି ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲିର ମିଳିତ ସହଯୋଗରେ ଜିଲ୍ଲାର ଡୁଙ୍ଗୁରୀପାଲି ବ୍ଲକର ଅଇଁଲାସାରୀ ଗ୍ରାମଠାରେ ଏକ ମାଗଣା ଡାଇବେଟିସ ରେଟିନୋପାଥି ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଡୁଙ୍ଗୁରୀପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରୀପୁର ମହାନନ୍ଦ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।ଏଥିରେ ସମୁଦାୟ ୧୦୭ଜଣ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ୪୦ଜଣଙ୍କୁ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିବା ବେଳେ ସମସ୍ତଙ୍କୁ ଚକ୍ଷୁରେ ଅସ୍ତ୍ରୋପଚାର ପାଇଁ ରବିବାର ଦିନ ଧାର୍ଯ୍ୟ କରାଯାଇ ପଣ୍ଡାପାଲି ବୀରମହାରାଜପୁର ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟରେ ଭର୍ତ୍ତିପାଇଁ ପରାମର୍ଶ କରାଯାଇଛି।ଏଥିପାଇଁ ଅନୁଷ୍ଠାନ ର ବସଯୋଗେ ସମସ୍ତଙ୍କୁ ମହାନଦୀ ନେତ୍ର ଚିକିତ୍ସାଳୟକୁ ନେବାପାଇଁ ଧାର୍ଯ୍ୟ ହୋଇଛି।ଏହି ଶିବିରରେ ୮ଜଣଙ୍କୁ ଡଚଷମାପାଇଁ ପରାମର୍ଶ କରାଯାଇଛି। ଶିବିରରେ ମହାନଦୀ ନେତ୍ର ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତର ଓ ଟେକନିସିଆନ୍ ଯୋଗଦେଇ ଥିବାବେଳେ ଶ୍ରୀ ସତ୍ୟସାଇ ସେବାସମିତିର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଗୁଣନିଧି ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଶିବିରରେ ଉକ୍ତ ଗ୍ରାମର ସନତ ବଢେଇ,ତହସିଲ ଗଡ଼ତ୍ୟା,ଚୈତନ୍ୟ, ଗୋବିନ୍ଦ ପୁରୋହିତ, ପ୍ରସନ୍ନ ଗଡ଼ତ୍ୟା, ସୁରେଶ ନାଏକ,ସଦାନନ୍ଦ ଭୁଏ,ଘାସି ପଧାନ,ଗଣେଶ୍ୱର ପଧାନ, ଚଉବନ ଭୁଏଙ୍କ ସହ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ-ଯୁଧିଷ୍ଠିର ସାହୁ)
Recent Comments