logo
add image
ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ନିମନ୍ତେ ଷ୍ଟାକ୍ସ ଫୋର୍ସ କମିଟି ବୈଠକ-ଫେବୃଆରୀ୧୦ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ.

ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ନିମନ୍ତେ ଷ୍ଟାକ୍ସ ଫୋର୍ସ କମିଟି ବୈଠକ-ଫେବୃଆରୀ୧୦ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ.

ସୁବର୍ଣପୁର/ (ଆଧାର ନ୍ୟୁଜ) ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର, ତରଭା ବୈଠକ ପ୍ରକୋଷ୍ଠ ରେ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ ଓ ଜାତୀୟ କୃମି ନାଶକ ଦିବସ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳା ରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱନେ ଅଧ୍ୟକ୍ଷତା କରିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ଆଶା କର୍ମୀ, ମହିଳା ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀ ଓ ପରିଦର୍ଶକ, ସିଡିପିଓ ସବିତା ଦୋରା, ଏ ବି ଇ ଓ ସତ୍ୟନାରାୟଣ ମହାପାତ୍ର, ସିଡିମ & ପି ଏଚ ଓ ଡ଼ା ବିଶ୍ବରଂଜନ ପତି,  ଏଡି ପି ଏଚ ଓ (ଏଫ ଡବ୍ଲୁ ) ଡ଼ା ଦୈତ୍ୟ ନାରାୟଣ ପାଢ଼ୀ, ଡି ଏମ ଆର ସି ଏଚ ସୁଧାଂଶୁ ଶେଖର ନାୟକ ଓ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡ଼ା କ୍ଷିରୋଦ୍ର କୁମାର ମିଶ୍ର ଉପସ୍ଥିତ ଥିଲେ। ଆସନ୍ତା ଫେବୃ ଆରୀ ୧୦ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ସ୍ୱତନ୍ତ୍ର ଟୀକାକରଣ କାର୍ଯ କ୍ରମକୁ ସଫଳ କରାଇବା ନିମନ୍ତେ ଗୋଷ୍ଠୀ ସ୍ତରରେ ସୁବ୍ୟବସ୍ଥିତ ଭାବେ ପରି ଚାଳନା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି,ଯେପରି ଜଣେ ମଧ୍ୟ ହିତା ଧିକାରୀ ଏହି କାର୍ଯ୍ୟକ୍ରମରୁ ବାଦ ନପଡ଼ିବେ ସେଥିପାଇଁ ଯତ୍ନବାନ ହେବାକୁ ତା ଗିଦ କରିଛନ୍ତି । ଜିଲ୍ଲା କାର୍ଯ୍ୟା ଳୟରୁ ଆସିଥିବା ଡିଏମଆରସି ଏଚ ଶ୍ରୀ ନାୟ କ ଉପସ୍ଥିତ କର୍ମୀ ମାନଙ୍କୁ ଏହି ଅଭିଯାନ ସମ୍ପକିତ ବିଭିନ୍ନ ଦିଗ ବିଷ ୟରେ ଆଲୋକପାତ କରିଥିଲେ। ସମସ୍ତ କାର୍ଯକ୍ରମ କୁ ବି ପି ଏମ -ଅଶୋକ କୁମାର ମିଶ୍ର, ପିଏଚଇଓ -ଅମିତା ଚା ନ୍ଦ ପରିଚାଳନା କରିଥିଲେ।ସଭା ଶେଷରେ ଉ ପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୋଷ୍ଟର ଉନ୍ମୋଚନ କରାଯାଇଥିଲା l ଏହି ସ୍ୱତ ନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଆସନ୍ତା ଫେବୃଆରୀ ୧୦ ,୧୧ ,୧୩ ,୧୪ ୧୬ ,୧୭ ୧୮  ତାରିଖ ଓ ଦ୍ଵିତୀୟ ପର୍ଯ୍ୟାୟ ରେ ମାର୍ଚ୍ଚ ୧୧ ,୧୩ ,୧୪ ,୧୬ ,୧୭ ,୧୮ ,୨୦  ତାରିଖରେ ତରଭା ବ୍ଲକ ନିମନ୍ତେ ଅନୁଷ୍ଠିତ ହେବ l ଆଜିର ଏହି ବିଶେଷ ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରି ଥି ଲେ l କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।  

Recent Comments

Leave Comments

Top