ଭବାନୀପାଟଣା/୨୫/୦୨/୨୩/(ଆଧାର ନିୟୁଜ)
ଆଜି ଭବାନୀପାଟଣା ସହର ଅରୁନ୍ଧତୀ ହିରୋ ସୋରୁମ ଠାରେ, ଅରୁନ୍ଧତୀ ଫାଉଣ୍ଡେସନ ଏବଂ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ମିଳିତ ଅନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି.ଶିବିରଟିକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରଞ୍ଜନ କୁମାର ମିତ୍ରା ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ( ବାପି), ଅରୁନ୍ଧତୀ ମୋଟର୍ସର ଅଧିକାରୀ ଶ୍ରୀ ସ୍ଵପ୍ନେଶ୍ଵର ମିଶ୍ର, ପ୍ରିୟବ୍ରତ ମିଶ୍ର, ପ୍ରବୀଣ ପଣ୍ଡା ଙ୍କ ଉପସ୍ଥିତରେ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ I ଏହି ଶିବିରରେ ସର୍ବମୋଟ ୬୨ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା I ଏହି ଶିବିରରେ ଭବାନୀପାଟଣା ପୂର୍ବତନ ନଗରପାଳ ଶ୍ରୀମତୀ ଲଳିତା ନାଏକ, ବିଜୁ ଜନତା ଦଳ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ମହାନନ୍ଦ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଅବିନାଶ ଠାକୁର, ବିଜୁ ଯୁବ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ମଣ୍ଟୁ ନାଏକ,ଟାଉନ ଉପସଭାପତି ଶ୍ରୀ ଚକ୍ରଧର ସେଠି,ଆଇଟି ସେଲର ଜିଲ୍ଲା ସଂଯୋଜକ ଶ୍ରୀ ସତ୍ୟବ୍ରତ ଦାଶ, ହିମାଂଶୁ ନାଏକ, ସୀତାରାମ ନାଏକ, ବରିଷ୍ଠ ବ୍ୟବସାୟୀ ଶ୍ରୀ ପୱନ ଅଗ୍ରୱାଲ ଆଦି ଅତିଥିଗଣ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସIହିତ କରିଥିଲେ I ଇତି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ଭରଚୁଆଲ ମାଧ୍ୟମରେ ଆୟୋଜକବୃନ୍ଦ ତଥା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ମହତ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଥିଲେ I
Recent Comments