logo
add image
 ଶୁଭାରମ୍ଭ ହେଲା ଟୀକାକରଣ ସଚେତନତା ରଥ ।

ଶୁଭାରମ୍ଭ ହେଲା ଟୀକାକରଣ ସଚେତନତା ରଥ ।

ବୌଦ୍ଧ/11/03/22/( ଆଧାର ନ୍ୟୁଜ)  ବୌଦ୍ଧ ଜିଲ୍ଲାରେ ଶୁଭାରମ୍ଭ ହେଲା ଟୀକାକରଣ ସଚେତନତା ରଥ ।ଆଜି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଟୀକାକାରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି l ଏଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅଭୟ କୁମାର ଦାଶ ସବୁଜ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଥିଲେ l ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡକ୍ଟର ମଦନ ମୋହନ ପ୍ରଧାନ, ଏଡିଏଚଓ ଡକ୍ଟର ହେମ୍ବ୍ରମ, ଏମଓ ଆଇସି ଡକ୍ଟର ସାଏ, ଆଡ଼େଣିଗଡ଼ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର, ଡି ପି ଏମ, ଏନଏଚଏମ, ଡିଏମଆରସି, ପ୍ଲାନ ଇଣ୍ଡିଆର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ  ଏଏନଏମ କର୍ମୀ ଓ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ l ଗ୍ରାମାଞ୍ଚଳରେ ଟୀକାକାରଣକୁ ଅଧିକ ଗୁରୁତ୍ୱ ଦିଆଯାଇ ପ୍ଲାନ ଇଣ୍ଡିଆ ତରଫରୁ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା l ଏହି ରଥ ଜିଲ୍ଲାର ତିନୋଟି ବ୍ଲକ୍ ର ପ୍ରତି ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିବାରେ ସହାୟକ ହେବ l ଆସନ୍ତା ପନ୍ଦର ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଂଚଳରେ ସଚେତନତା ସୃଷ୍ଟି କରାଯିବ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଡିପିଏମ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି l           ( ବୌଦ୍ଧରୁ ଧବଳେଶ୍ଵର ମହାପାତ୍ରଙ୍କ ରିପୋର୍ଟ ।)  

                                                                                                          

Recent Comments

Leave Comments

Top